ରେଢାଖୋଲ ଉପଖଣ୍ଡ ବାସୀଙ୍କ ମନରେ ଖୁସିର ଲହରୀ 

0

 ଫେରିଥିବା ସମସ୍ତ ପ୍ରବାସୀଙ୍କ ସ୍ୱାବ୍ ଟେଷ୍ଟ  ବାହାରିଲା ନେଗେଟିଭ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡକୁ ଫେରିଥିବା ପ୍ରବାସୀ ମାନଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ ବାହାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡରୁ ମୋଟ ୬୬ ଜଣଙ୍କର ସ୍ୱାବ୍ ଟେଷ୍ଟ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା ସେଥିମଧ୍ୟରୁ ରେଢାଖୋଲ ବ୍ଲକର ୨୩ ଜଣ ଓ ନାକଟିଦେଉଳ ବ୍ଲକର ୧୭ ଜଣଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ୍ ବାହାରିଥିବା ବେଳେ ବାକି ଜୁଜୁମୁରା ବ୍ଲକରୁ ମଧ୍ୟ ନେଗେଟିଭ୍ ବାହାରିଥିବା ରେଢାଖୋଲ ଏସଡିଏମ୍‌ଓ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

ରେଢାଖୋଲ ବ୍ଲକର ଏନ୍‌ଏସି, ଚାରମାଳରେ ପ୍ରବାସୀମାନେ ରହୁଥିବା ବେଳେ ନାକଟିଦେଉଳ ବ୍ଲକର ଡଇଁଚା ବାପୂଜୀ ହାଇସ୍କୁଲ ଠାରେ ୧୭ଜଣ ସୁରତ ଫେରନ୍ତା ପ୍ରବାସୀ କ୍ୱାରେନଟାଇନରେ ରହୁଛନ୍ତି । ସେମାନଙ୍କର ସବୁ ପ୍ରକାର ବନ୍ଦୋବସ୍ତ ରାଜ୍ୟସରକାର ବହନ କରୁଛନ୍ତି । ରେଢାଖୋଲ ଅଞ୍ଚଳରେ ଏ ଖବର ଶୁଣିବା ମାତ୍ରକେ ଲୋକ ମାନଙ୍କ ମଧ୍ୟରେ ଯେଉଁ ଭୟର ବାତାବରଣ ଦେଖାଯାଇଥିଲା ତାହା ହ୍ରାସ ପାଇଛି  । ହେଲେ  ଆଗକୁ ଯଦି ଲୋକମାନେ ସଚେତନତା ନ ହେବେ ତେବେ କୋରନା ମହାମାରୀ ବ୍ୟାପିବାର ସଂଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

 

Leave A Reply

Your email address will not be published.