ଝାରସୁଗୁଡା/ଲଖନପୁର(ପ୍ରଶନ୍ନ କୁମାର ସିଂହ)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ ଫେରିବାପାଇଁ ବ୍ୟାକୁଳ ହେଉଛନ୍ତି। ଏପରିକି କେତେକ ପ୍ରବାସୀ ଓଡିଆ ନଖାଇ ନପିଇ ଭୋକ ଉପବାସରେ ଶତାଧିକ କିଲୋମିଟର ସାଇକେଲ୍ ଓ ପାଦରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ୫ଜଣ ଶ୍ରମିକ ସାଇକେଲ୍ ଯୋଗେ ଉତ୍ତରପ୍ରଦେଶ ବାରାଣସୀରୁ ବାହାରି ଗଞ୍ଜାମ ଜିଲାକୁ ଯାଉଥିଲେ। ରାସ୍ତାରେ ବନହରପାଲି ଥାନା ପୋଲିସ୍ ଶୁକ୍ରବାର ସେମାନଙ୍କୁ ଅଟକାଇ ପଚରା ଉଚରା କରିବା ପରେ ନିକଟସ୍ଥ ତେଲେନପାଲି ପଞ୍ଚାୟତ ବନହରପାଲି ସ୍କୁଲ୍ କ୍ୱାରାଣ୍ଟାଇନ୍ ସେଣ୍ଟର୍ରେ ରଖିଛି। ସେଠାରେ ୧୪ଦିନ ରହିଲାପରେ ସେମାନଙ୍କୁ ଗଞ୍ଜାମ ଛଡାଯିବ ବୋଲି ପୋଲିସ୍ କହିଛ।
Sign in
Sign in
Recover your password.
A password will be e-mailed to you.
Prev Post
Next Post