ସମ୍ବଲପୁର(ରମାକାନ୍ତବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ଜମନକିରା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ଭୁଖ କଦଳୀମୁଣ୍ଡା ଛକରେ ଆଜି ଏକ ମାଳ ବୋଝଇ ଗାଡି ଭାରସାମ୍ୟ ହରାଇ ଛିଡା ଥିବା ୩ ଜଣଙ୍କୁ ଧକ୍କା ଦେବା ଫଳରେ ୧ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣାଯାଇଛି l ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ଅପରାହ୍ନ ୨ ଘଟିକା ସମୟରେ OR 15F 7196 ନମ୍ବର ବିଶିଷ୍ଟ ଏକ ଟାଟା ମାଜିକ ମାଳ ବୋଝଇ ଗାଡି ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ସହ ଛିଡା ଥିବା ବ୍ଲକର ଖରସଲମାଳ ପଂଚାୟତ ଖରସଲମାଲ ଗ୍ରାମର ବିବେକା ପ୍ରଧାନ (୩୨), ପାଥମୁଣ୍ଡା ଗ୍ରାମର ବେଞ୍ଜାମିନ ବୁଢ ଏବଂ ସlହlଜବାହାଲ ଗ୍ରାମର ଅଶୋକ ବଗର୍ତିଙ୍କୁ ଧକ୍କା ଦେଇଥିଲା l ଫଳରେ ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ l ସୂଚନା ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଵେଛାସେବୀ ମାନଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଜମନକିରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲା l ମାତ୍ର, ୩ ଜଣ ଯାକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ବୁର୍ଲା ସ୍ଥାନlନ୍ତରଣ କରିଥିଲେ l ତେବେ, ମୁଣ୍ଡରେ ଆଘାତ ପାଇ ଗୁରୁତର ଥିବା ସାହାଜବାହାଲ ଗ୍ରାମର ଅଶୋକ ବଗର୍ତି (48)ଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା l ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଜଣାଯାଇଛି l ଜମନକିରା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଥିବା ବେଳେ ଘଟଣା ସ୍ଥଳରୁ ଫେରାର ଥିବା ଟାଟା ମେଜିକ ଗାଡିକୁ ଜବତ କରିଛି l
Sign in
Sign in
Recover your password.
A password will be e-mailed to you.