ନାହିଁ ସୂଚନା ଫଳକ, ଚାଲିଛି ନିର୍ମାଣ କାର୍ଯ୍ୟ
କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ, କମିଶନବେପାର ରେ ପ୍ରଶାସନ ଠିକାଦାର ସାମିଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ନିର୍ମାଣ କାର୍ଯ୍ୟ କିଏ କରୁଛି, କେଉଁ ବିଭାଗ ପକ୍ଷରୁ ହେଉଛି, କେତେ ଟଙ୍କା ବ୍ୟୟ ଅଟକଳରେ ହେଉଛି ଏବଂ ସେଠାରେ କଣ ହେବ ଏହି ପ୍ରଶ୍ନ ଜନସାଧାରଣଙ୍କୁ ଗୋଲକ ଧନ୍ଦାରେ ପକାଇ ଦେଇଥିଲା । ତେଣୁ ଏହି ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ କରିବା ନିମନ୍ତେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଘଟଣାସ୍ଥଳରେ ପହଁଞ୍ଚିଥିଲେ । ସେହି ସମୟରେ ସେଠାରେ କେତେକ ଅଣ ଓଡ଼ିଆ ଶ୍ରମିକକୁ କାର୍ଯ୍ୟ କରୁଥିବାର ଦେଖିବାକୁ ପାଇବା ପରେ ସେମାନଙ୍କର ଘର ମୁର୍ସିଦାବାଦ ଓ ମୀନାରୋଲ ନାମକ ଏକ ମୁର୍ସିଦାବାଦ କମ୍ପାନୀ ଉକ୍ତ ନିର୍ମାଣ କାର୍ଯ୍ୟକୁ ଠିକା ନେଇଛନ୍ତି ଏବଂ ସେମାନେ ସେହି କମ୍ପାନୀର ଶ୍ରମିକ ଅଟନ୍ତି । ଏହା ବ୍ୟତୀୟ ଅଧିକ କିଛି ଜାଣି ନ ଥିବାର ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟ ଉପରେ ଅଧିକ ସୂଚନା ପ୍ରାପ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟାଳୟରେ ଘୁରିବୁଲିବା ପରେ ଶେଷରେ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସାଙ୍କସନ ଅର୍ଡର ନଂ-୪୫୫୯/୦୭.୦୪.୨୦୧୮ ଅନୁସାରେ ୨୦୧୭-୧୮ ଆର୍ଥକ ବର୍ଷରେ ମିନାରାଲ ଫାଉଣ୍ଡେସନ ଟ୍ରଷ୍ଟ ଫଣ୍ଡସରୁ ନିର୍ମାଣ କାର୍ଯ୍ୟ ନିମନ୍ତେ ୨୨ଲକ୍ଷ ୧୩ ହଜାର ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୩୯/୧୫.୦୩.୨୦୧୮ ଅନୁସାରେ ତାଙ୍କର ପ୍ରପୋଜାଲକୁ ଆପ୍ରୋଭାଲ କରାଗଲା । ଏଥି ସହିତ ଉକ୍ତ ନିର୍ମାଣ କାର୍ଯ୍ୟକୁ ଡ଼ିପାର୍ଟମେଣ୍ଟାଲୀ କରାଯିବ ବୋଲି ନିଷ୍ପତ୍ତି ହେଲା । ପରିବାର କଲ୍ୟାଣ ବିଭାଗ ମିଟିଂ ହଲକୁ ବୃଦ୍ଧି କରାଯାଇ ୧୪ ଲକ୍ଷ୧୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏମଆରଆଇ ଓ ସିଟି ସ୍କାନ ୟୁନିଟ ଏବଂ ୭ଲକ୍ଷ ୯୭ ହଜାର ଟଙ୍କା ବ୍ୟୟ ବରାଦରେ ବାରିପଦା ଜିଲ୍ଲା ଚିକିତ୍ସାଳୟ ପରିସରରେ ଏମସିଏଚ ବିଡ଼ିଂର ଗ୍ରାଉଣ୍ଡ ଫ୍ଲୋରରେ ଊସବକ୍ଷଚ୍ଚଗ୍ଦସଗ୍ଦ ୟୁନିଟ ନିର୍ମାଣ କରାଯିବ । ଉକ୍ତ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ବାରିପଦା ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା ବେଳେ କେତେକ ସର୍ତ୍ତ ରଖାଯାଇଥିବାର ପିଡ଼ି ଡ଼ିଆରଡ଼ିଏ ତୁଷାର କାନ୍ତି ମହାନ୍ତିଙ୍କ ନିକଟରୁ ଜଣାପଡ଼ିଲା । ମାତ୍ର ଉକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି କି ନାହିଁ ସେ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନ ଥିବାର କହିଥିବା ବେଳେ ଜନସାଧାରଣଙ୍କ ଜାଣିବା ନିମନ୍ତେ ନିର୍ମାଣସ୍ଥଳରେ ଏକ ସୂଚନା ଫଳକ ଲଗାଯିବା ବାଧ୍ୟତା ମୂଳକ ବୋଲି ପ୍ରକାଶ କରିଥିଲେ । ମାତ୍ର ନିର୍ମାଣସ୍ଥଳରେ କୌଣସିଠାରେ ସୂଚନା ଫଳକ ଦେଖିବାକୁ ମିଳି ନ ଥିବା ବେଳେ ନିର୍ମାଣ କାର୍ଯ୍ୟରେ ବ୍ୟହାର କରାଯାଇଥିବା ବାଲି ଓ ଚିପ୍ସର ମାନକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ତେଣୁ ବାରିପଦା ବ୍ଲକ ବିଡ଼ିଓ ଦାୟିତ୍ୱରେ ରହିଥିବା ଶାମାଖୁ୍ଣ୍ଟା ବ୍ଲକ ବିଡ଼ିଓ ବିନୋଦ ସେନାପତିଙ୍କୁ ତାଙ୍କର ସେଲ ନମ୍ବର ୯୪୩୭୨୫୧୧୪୪ରେ ଯୋଗାଯୋଗ କରିବାରୁ ଆମର ଜେଇଙ୍କ ନାମରେ କାର୍ଯ୍ୟଦେଶ ରହିଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ମଝିରେ ମଝିରେ କାର୍ଯ୍ୟ ତଦାରଖ କରୁଛନ୍ତି । ଜେଇ କେଉଁ ଠିକାଦାରଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନ ଥିବା ବେଳେ ନିମ୍ନମାନର ବାଲି ଚିପସ୍ ଆଦି ବ୍ୟବହାର ସମ୍ପର୍କରେ କୌଣସି ଅଭିଯୋଗ ପହଁଞ୍ଚି ନାହିଁ । ତେବେ ନିୟମ ଦୃଷ୍ଟିରୁ ନିର୍ମାଣ ସ୍ଥଳରେ ସୂଚନା ଫଳକ ଲଗାଯିବା କଥା । ମାତ୍ର ଲାଗିଛି କି ନାହିଁ ମୋତେ ବୁଝିବାକୁ ପଡ଼ିବ ବୋଲି ବିଡ଼ିଓ ଶ୍ରୀସେନାପତି କହିଥିଲେ ।

କାର୍ଯ୍ୟାଦେଶ ନେଇ ଥିବା ଜେଇ ଅଶୋକ ଦାସଙ୍କୁ ତାଙ୍କର ସେଲ ନଂ ୮୮୯୫୭୦୨୦୭୮ରେ ଯୋଗାଯୋଗ କରିବାରୁ ସବୁକିଛି ନିୟମ ଅନୁସାରେ ଠିକ୍ ଚାଲିଛି ବୋଲି ଉତ୍ତର ଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନିର୍ମାଣ କାର୍ଯ୍ୟରେ ନିୟୋଜିତ ବାହାର ରାଜ୍ୟର ଶ୍ରମିକମାନଙ୍କର କହିବା ଅନୁସାରେ ଗତ ମାର୍ଚ୍ଚରୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ପିଡ଼ି ଡ଼ିଆରଡ଼ିଏଙ୍କ କାର୍ଯ୍ୟାଳୟ ପକ୍ଷରୁ ୦୭.୦୪.୨୦୧୮ରେ ସେଙ୍କସନ ଅର୍ଡର ସ୍ୱାକ୍ଷର ହୋଇଛି । ପୁଣି, ବାରିପଦା ବ୍ଲକ ଜେଇଙ୍କ ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ରାଜ୍ୟ ବାହାରର ମୀନାରୋଲ କମ୍ପାନୀ ଏହାର ନିର୍ମାଣ କେଉଁ ଆଇନ ବଳରେ କରୁଛି । ଜିଲ୍ଲାରେ କନ ଠିକାଦାର ନାହାନ୍ତି,ଯେ ବାହାର ରାଜ୍ୟର ଲୋକଙ୍କୁ ଡାକି କାମ କରାଇବ | ଶୁଣିବାକୁ ମିଳିଛି, ହେଭି କମିଶନ ବେପାର ହୋଇଥିବା ଯୋଗୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି | ବିନା ଟେଣ୍ଡର ଆଉ ସାଂକ୍ସନ ହେବାର ମାସେ ଆଗରୁ ଏହି କାମ ଆରମ୍ଭ ହୋଇଥିବା ଯୋଗୁ ଏହି କାମର ସ୍ୱଛତା କୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ | ଉକ୍ତ କମ୍ପାନୀର ନିର୍ମାଣ ଶ୍ରମିକ ପଞ୍ଜିକରଣ, ଟିନ, ଠିକାର ପଞ୍ଜିକରଣ ସହିତ ସବ୍-ଲିଜରେ କାର୍ଯ୍ୟ ଦେବାର ନିୟମ ଅଥବା ଆଇନକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ତେବେ ଜନସାଧାରଣଙ୍କ ଅଭିଯୋଗ ଓ ବିଭାଗ ଦେଉଥିବା ସଫେଇ ମଧ୍ୟରେ କେତେ ସତ୍ୟତା ରହିଛି, ତା ଉପରେ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ।