ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ  ସାମାଜିକ ସଂଗଠନ 

0 2

ହାଟଡିହି/ ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ  ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମ ରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟି ସମସ୍ତ ଜିନିଷ ଜଳି ପୋଡି ଯାଇଥିଲା । ଏମିତି କି କେବଳ ପିନ୍ଧା ଲୁଗା ଛାଡି ଆଉ ସମସ୍ତ ଦ୍ରବ୍ୟ ଅଗ୍ନି ରେ ଭସ୍ମୀଭୂତ ହୋଇଯାଇଛି.ଖବର ପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଏବଂ କେନ୍ଦୁଝର ସମାଜସେବୀ ମହାସଙ୍ଘ ତରଫରୁ ସୁରେଶ୍ୱରୀ ସାଗରୀକା ଜେନା, ଉମାକାନ୍ତ ରାଉତ, ଅର୍ଜୁନ ଖଣ୍ଡା ଅଗ୍ନିବିପନ୍ନଙ୍କୁ ଭେଟି ସମସ୍ତ ପ୍ରକାର ରାସନ ସାମଗ୍ରୀ  ଦେବା ସହ ବସ୍ତ୍ର,ଖାଦ୍ୟ, ପଲିଥିନ,  କିଛି ବାସନକୁସନ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ |  ସେହିପରି ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡ ଫର ଫାଉଣ୍ଡେସନ ତରଫରୁ ଦେବାଶିଷ ଖଣ୍ଡେଇ,କିଶୋର ଚନ୍ଦ୍ର କୁଅର,ଆକାଶ କୁମାର ମୁଖୀ, ଦିବ୍ୟରଞ୍ଜନ ଜେନା,ଜିତେନ୍ଦ୍ର କୁମାର କୁଅର,ଦୀପକ କୁମାର ମୁଖୀ, ଚିକୁ ବେହେରା,ପ୍ରମୁଖ ମୁଢ଼ି,ଚୁଡ଼ା,ଚିନି,କଦଳୀ,ବିସ୍କୁଟ ଆଦି ସାମଗ୍ରୀ ପ୍ରଦାନ କରିଛନ୍ତି | 

 

Leave A Reply

Your email address will not be published.