କେନ୍ଦ୍ରାପଡା:ଡେରାବିସ ତହସିଲଦାରଙ୍କ ଛତ୍ର ଛାୟା ତଳେ ଇଟାମାଫିଆ ।

0

 à¬•େନ୍ଦ୍ରାପଡା:ଡେରାବିସ ତହସିଲଦାରଙ୍କ ଛତ୍ର ଛାୟା ତଳେ ଇଟାମାଫିଆ ।

 କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ -ଡେରାବିସ ବ୍ଲକ ଅନ୍ତର୍ଗତ କାଉପଡା ପଂଚାୟତର ଠକେଇ ନେଉଳି ,ନହଙ୍ଗ ପଂଚୟତର ନୂଆ ଗାଁ ,ଛୋଟୀ, ଓଲଢି, ଫକୀରବାଦ ଠାରେ ଚାଲିଛି ଇଟା ମାଫିଆ ଙ୍କ ରାଜୁତି  ।ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଜଳନ୍ତା ଇଟାଭାଟି ର ତାତି ଜଣାଯିବନକୁ ଆହୁରି ବ୍ୟତୀବ୍ୟସ୍ତ କରି ପକାଉଛି । ସବୁଠୁ ବଡ ଅର୍ଶ୍ଚଯ୍ୟ ର କଥା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଓ ତହସିଲଦାର ଙ୍କ କାର୍ଯ୍ୟାଳୟ ର ପାଖାପାଖି ଅଂଚଳରେ ଶହ ଶହ ଇଟାଭାଟି ଜଳୁଥିବାର ଦୃଶ୍ୟ  ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀ ଙ୍କୁ ପ୍ରଶ୍ନ କରିବାରୁ ସେମାନେ କହନ୍ତି ଖୁବଶୀଘ୍ର ଇଟାଭାଟି ଜଳିବାକୁ ବିରୋଧ କରାଯିବ ଏବଂ ମାଫିଆ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ସାଧାରଣ ଜନତା ବାରମ୍ବାର ବିରୋଧ କରିବା ସହିତ ତହସିଲଦାର ଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।ତହସିଲଦାର ବାବୁ କାହିଁକି  ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହାନ୍ତି ତାହା ସମ୍ପୂର୍ଣ୍ଣ ରହସ୍ୟମୟ  ।  ତହସିଲଦାର ବାବୁ ଇଟା ମାଫିଆ ଙ୍କ ଠାରୁ ମୋଟ ଅଙ୍କର ମାଲ ନେଇ ଚୁପ ହୋଇ ବସି ନାହାଁନ୍ତି ତ ।

 

   

 

 

Leave A Reply

Your email address will not be published.