ଲୋକସଭା ସାଂସଦଙ୍କ ପ୍ରଚେଷ୍ଟାରେ ୱାଟର ଏଟିଏମ

0

19-04-18-bolangir-k.jpg - 123.83 kB

ବଲାଙ୍ଗିର ସାଂସଦ କଳିକେଶ ନାରୟଣ ସିଂଦେଓଙ୍କ ଉଦ୍ୟମ କ୍ରମେ ବଲାଙ୍ଗିରରେ ଟାଟାଷ୍ଟିଲ ଏବଂ ଡେଲଟା ପିଓର ତରଫରୁ ବଲାଙ୍ଗିର ସହରର ଚିଲଡ୍ରେନ୍ ପାର୍କ ପାଖରେ ଏକ ୱାଟର ଏଟିମ୍ ର ଶୁଭାରମ୍ଭ ହୋଇଯାଅଛି । ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପାଣିରେ ଫ୍ଲୋରାଇଡ୍ ମାତ୍ରା ଅଧିକ ହେଉଥିବାରୁ ସାଂସଦଙ୍କ ଅନୁରୋଧ କ୍ରମେ ଏହି ପଦେକ୍ଷପ ଟାଟାଷ୍ଟିଲ ଏବଂ ଡେଲଟା ପିଓର ତରଫରୁ ହାତକୁ ନିଆଯାଇଛି । ସାଂସଦ କଳିକେଶ ନାରୟଣ ସିଂଦେଓ ଏବଂ ପୌରାଧକ୍ଷା ଲିପିଶ୍ରୀ ସାଏ ଟାଟାଷ୍ଟିଲ ଏବଂ ଡେଲଟା ପିଓର ର ପରିଚାଳନା ନିର୍ଦ୍ଦେଶକ  ବିକ୍ରମ କରୁଣାକରନ୍ଉପସ୍ଥିତିରେ  ଆନୁଷ୍ଠାନିକ  ଭାବେ ପ୍ରାୟ ୧୦ଲକ୍ଷ ଟଙ୍କାରେ ନିର୍ମିତ ଏହି ୱାଟର ଏଟିମ୍ ର ଶୁଭାରମ୍ଭ କରିଥିଲେ। ଆଗାମି ଦିନରେ ବଲାଙ୍ଗିର ସହରର ୧୦ ଟି ସ୍ଥାନରେ ୱାଟର ଏଟିମ୍ର ପ୍ରସ୍ତାବ ରହିଛି ବୋଲି ସାଂସଦ ପ୍ରକାଶ କରିଛନ୍ତି । ଏହି ଏଟିଏମ ରୁ ପିଓର ଏବଂ ରିଫାଇନଡ୍, ଚିଲଡ ପାଣି ଉପଲବଧ ହେବ ଏବଂ ଏହା ବଲାଙ୍ଗିର ଜିଲ୍ଲାରେ ସର୍ବପ୍ରଥମ ଥର ପାଇଁ ଆରମ୍ଭ ହୋାଇଯାଇଛି । ଏହି ଏଟିଏମ ରୁ ୧ଟଙ୍କାରେ ୨୫୦ ମିଲିଲିଟର, ୫ ଟଙ୍କାରେ ୧ଲିଟର, ୧୦ ଟଙ୍କାରେ ୫ଲିଟର ଏବଂ ୨୦ ଟଙ୍କାରେ ୧୦ଲିଟର ପାଣି ମିଳିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କାଉନସିଲର ଶମ୍ଭୁନାଗ, ଅଶ୍ୱିନୀ ପଟେଲ, ଜିଲ୍ଲା ବିଜୁ ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ନିହାର ରଞ୍ଜନ ସ୍ୱାଇଁ, ମନିଷ ମିଶ୍ର, ମହେନ୍ଦ୍ର ବାଗ, କୈଳାଶ ମହାନ୍ତି, ଟିକୁ ପରିଛା, ଜିତେନ୍ଦ୍ର ସ୍ୱାଇଁ, ଛାତ୍ର ବିଜେଡି ଜିଲା ସଭାପତି ଗୁଞ୍ଜ ଖାନ, ବାସୁଦେବ ଦାଶ, ଦେବାଶିଷ ଦାସ, ମିଥୁନ ପଟ୍ଟନାୟକ, ଦେବେନ୍ଦ୍ର ପାତ୍ର, ଜୟଦେବ ରଥ, ରାମ ନାଏକ, ନରହରି ରାଉତ, ଦିପକ ପଣ୍ଡା, ଅମୃତ ପଣ୍ଡା, ମାନୁ ପଟ୍ଟନାୟକ, ଅଭୟ ବେହେରା, ରାଜୁ ବାଗ, ଟିକଦଲ ମାଝି, ବିଭୁତି ଭୁଷଣ ମିଶ୍ର, ଉମେଶ ପଣ୍ଡା, ରାଜ ସେନେ୍ଦ୍ରିଆ, ନରସିଂହ  ବାଗ, ନବିନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।   ,

Leave A Reply

Your email address will not be published.