ପୋଲିସ ବିଭାଗରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

0 2

ସୁନ୍ଦରଗଡ଼/ horachand deuria :- ତଳସରା ଥାନା ଅନ୍ତର୍ଗତ ପେରୁଆଭାଡ଼ି ଜଙ୍ଗଲ ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳୁ କିଛି ଗ୍ରାମବାସୀ ଦେଖିବା ପାଇଁ ପାଇଥିଲେ | ଗ୍ରାମବାସୀ ମାନେ ତୁରନ୍ତ ତଳସରା ପୋଲିସକୁ ଖବର ଦେଇଥିଲେ | ଖବର ପାଇ ତଳସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଥିଲେ ଏବଂ ସେହି ମୃତଦେହ କାହାର ବୋଲି  ଛାନଭିନ୍ନ ଆରମ୍ଭ କରିଥିଲେ | କିଛି ବ୍ୟକ୍ତି ମୃତଦେହକୁ ଚିନ୍ହି ପାରିଥିଲେ ଘଟଣା ସମ୍ପର୍କରେ ତାଙ୍କର ପରିବାର ଵର୍ଗଙ୍କୁ ଯୋଗାଯୋଗ କରି ପଚରା ଉଚାରରୁ ପୋଲିସ ଜାଣିବା ପାଇଁ ପାଇଥିଲା ସେହି ବ୍ୟକ୍ତି ଜଣକ ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତର୍  କୁବାପଡ଼ାର  ଇଗ୍ନେନେଶ କିଣ୍ଡୋ ୫୭ ବୋଲି ସେ ପୋଲିସ ବିଭାଗରେ ଚାକିରୀ କରୁଥିଲେ କିନ୍ତୁ କିଛି ବର୍ଷ ହେଲାଣି ନିଜ ପକ୍ଷରୁ ଅବସର ନେଇ ନିଜଘରେ ରହି ଆସୁଥିଲେ | ହେଲେ ଯାହା ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ତାଙ୍କର ମସ୍ତିଷ୍କ ବିକୃତି କିଛି ରହିଥିଲା ! ତେଣୁ ସେ ପାଞ୍ଚଦିନ ଆଗରୁ ଘରୁ କୁଆଡେ ଚାଲିଯାଇଥିଲେ ତାଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା  ଆଜି ସକାଳେ ତାଙ୍କର ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା | ପୋଲିସ ମୃତ ଦେହକୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଛି |

Leave A Reply

Your email address will not be published.