କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭.୪୫ ଲକ୍ଷ ଟଙ୍କା

0 2

ରାୟଗଡ଼ା ରୁ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରେକର୍ଡ ପରିମାଣର ୭,୪୫,୬୧୧ ଟଙ୍କାର ଅର୍ଥ ରାଶି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ରାୟଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଚେକ୍ ପ୍ରଦାନ କରିଥିଲେ । କରୋନା ମୁକାବିଲା ଲାଗି ଶିକ୍ଷକମାନେ ସ୍ଥଳ ବିଶେଷରେ ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା ସଙ୍ଗରୋଧି କକ୍ଷ ଗୁଡ଼ିକରେ ନିଷ୍ଠାପର ଭାବେ ଦିନରାତି କାମ କରୁଛନ୍ତି । ଅପରପକ୍ଷେ କରୋନା ମୁକାବିଲା ଲାଗି ପ୍ରଚୁର ଅର୍ଥର ଆଵଶ୍ୟକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ଦିନକର ଦରମା ପ୍ରଦାନ ଲାଗି କର୍ମରତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଣ ଶୈକ୍ଷିକ କର୍ମଚାରୀଙ୍କୁ ଆହ୍ବାନ କରାଯାଇଥିଲା । ଏଇ କ୍ରମରେ ଜିଲ୍ଲାର ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ପାଚକ ପାଚିକା ମାନେ ନିଜ ନିଜର ଗୋଟିଏ ଦିନର ଦରମା ଅର୍ଥ ରାଶି ସଂଘକୁ ପ୍ରଦାନ କରିଥିଲେ । ଏଥିସହ କଲ୍ୟାଣ ବିଭାଗ ଡିଆଇ ଏବଂ ରାୟଗଡ଼ା କଲ୍ୟାଣ ବିଭାଗ କାର୍ଯ୍ୟାଳୟ କର୍ମଚାରୀମାନେ ମଧ୍ୟ ଦିନକର ଦରମା ରାଶି ପ୍ରଦାନ କରିଥିଲେ । ଏହି ଅର୍ଥ ରାଶି ପ୍ରଦାନ ବେଳେ ରାୟଗଡ଼ା ପିଡି, ଡିଆରଡ଼ି଼ଏ ଅମ୍ରିତ ଋତୁରାଜ ଓ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିବାବେଳେ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆଇ ଶ୍ୟାମଘନ ଭୂୟାଁ, ସଂଘର ରାଜ୍ୟ ସଭାପତି ବିଶି କେଶନ ବାଘ, ଜିଲ୍ଲା ସଭାପତି ମନୋଜ କୁମାର ଗମାଙ୍ଗ, ଉପ ସଭାପତି ପ୍ରଦୀପ କୁମାର ଚୌଧୁରୀ , କାର୍ଯ୍ୟକାରୀ ସଭାପତି କୋଲା ବାମନମୂର୍ତ୍ତି, ସାଧାରଣ ସଂପାଦକ ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ, ସଙ୍ଗଠନ ସଂପାଦକ ପି. ବୋଦନା ସମେତ ବରିଷ୍ଠ ସଦସ୍ୟ ଉମା ଶଙ୍କର ପଣ୍ଡା, ଦ୍ବିତୀ ଚନ୍ଦ୍ର ସାହୁ, ଅନନ୍ତ ଶତପଥି, ତ୍ରିପତି ହିକକା, କୃଷ୍ଣ ଚନ୍ଦ୍ର ଦାସ , ଦେବାଶିଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଂଘର ଏଭଳି ସାମାଜିକ ଦାୟିତ୍ଵବୋଧ ଓ ପ୍ରତିବଦ୍ଧତା ମନୋଭାବକୁ ଭୂୟଶୀ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.