ସ୍ଥିତି ଉପରେ ନଜର ରଖିଛନ୍ତି ୩୭୮୫ ଜଣିଆ ନିରୀକ୍ଷଣ ଦଳ: ଗୃହ ପରିଦର୍ଶନ କରି ସଂଗ୍ରହ କରୁଛନ୍ତି ତଥ୍ୟ 

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କରୋନା ସଂକ୍ରମଣରୁ ଗଜପତି ଜିଲ୍ଲାକୁ ରକ୍ଷା କରିବା ପାଇଁ ଜିଲ୍ଲାରେ ଥିବା ୧୩୬ଜଣ ଏ.ଏନ୍.ଏମ୍ ଙ୍କ ନେତୃତ୍ବରେ ୨୩୭୫ ଅଙ୍ଗନଓ୍ବାଡି କର୍ମୀ ଏବଂ ୧୨୭୪ ଆଶା ଦିଦି ମାନେ ନିରୀକ୍ଷଣ ଦଳଭାବେ ଗୃହ ପରିଦର୍ଶନ କାମକୁ ଅଧିକ ତ୍ବରାନ୍ବିତ କରିଛନ୍ତି।

 ଏହି ଦଳର କାମ ଜିଲ୍ଲାରେ ଥିବା ପ୍ରତ୍ୟେକ ଘରକୁ ବୁଲି ପ୍ରତ୍ୟେକଙ୍କ ଘରେ ରହୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟା ଅବସ୍ଥାକୁ ନିରୀକ୍ଷଣ କରିବେ। ନିରୀକ୍ଷଣ ମଧ୍ୟରେ ଯେଉଁ ବ୍ୟକ୍ତିଙ୍କ ଠାରେ କାଶ, ଥଣ୍ଡା , ଛିଙ୍କ ଏବଂ ଜ୍ବର ହେଉଥିବ ଏହି ଲୋକର ବିବରଣୀ ଯଥା ଶୀଘ୍ର ପଞ୍ଚାୟତ ସମିତିରେ କାର୍ଯ୍ୟ କରୁଥିବା ଭ୍ରାମ୍ୟମାଣ ଡାକ୍ତରୀ ଦଳକୁ ଦେବେ।

ସେହି ଡାକ୍ତରୀ ଦଳ  ଲକ୍ଷଣ ଥିବା ଲୋକଟିକୁ ସ୍ୱାସ୍ଥ୍ୟ ପରୀକ୍ଷା କଲାପରେ ସେହି ଲୋକଟି ଆନୁଷ୍ଠାନିକ ସଂଗରୋଧ କେନ୍ଦ୍ର, ବିଚ୍ଛିନ୍ନ କେନ୍ଦ୍ର କିମ୍ବା ସ୍ୱାବ ସଂଗ୍ରହ କରାଯିବ ତାହାରି ଉପରେ ନିଷ୍ପତ୍ତି ନେବେ। ଅନ୍ୟ ପଟେ ନିରୀକ୍ଷଣ ସମୟରେ ଯେଉଁ ଲୋକର ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିବାର ଲକ୍ଷ୍ୟଣ ଦେଖାଦେବ ତାହା ବି ଭ୍ରାମ୍ୟମାଣ ଡାକ୍ତରୀ ଦଳକୁ  ଜଣାଯିବ। 

ଏଠି ବି ଭ୍ରାମ୍ୟମାଣ ଡାକ୍ତରୀ ଦଳ ଯଥାଶୀଘ୍ର ତାରି ସ୍ବାସ୍ଥ୍ୟ ପରୀକ୍ଷା କରି ସ୍ୱାୱ।ବ ସଂଗ୍ରହ କରିବେ। ଏ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ନିରୀକ୍ଷଣ ଦଳମାନେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଗୃହ ପରିଦର୍ଶନ କରି ଲୋକ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ବୁଝିବା ସହିତ ଆବଶ୍ୟକ ପରାମର୍ଶ ଏବଂ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ତାଙ୍କର ପରିଦର୍ଶନ ରିପୋର୍ଟ ପଞ୍ଚାୟତ ସମିତି ମାଧ୍ୟମରେ ଜିଲ୍ଲା ସ୍ଥରକୁ ପ୍ରତିଦିନ ଜଣାନ୍ତି। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ସ୍ତରରେ କମୁନିଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ତଦାରଖ କରୁଥିବା ବେଳେ ଜିଲ୍ଲା ସ୍ତରରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦାରଖ କରନ୍ତି।

Leave A Reply

Your email address will not be published.