ଡିଜିଟାଲାଇଜେସନରେ ପାଲିତ ହେଲା କୋଶଲ ବାଲ୍ମୀକି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ଜୟନ୍ତୀ

0

ସାମାଜିକ ସଂସ୍କାର ପାଇଁ ସାହିତ୍ୟର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ପଦ୍ମପୁର– ସଂପ୍ରତି ଭୟଙ୍କର ମହାମାରୀ କରୋନାର ଆତଙ୍କରେ ପୃଥିବୀ ଘଡିସନ୍ଧି ମୁହୁର୍ତରେ ଗତି କରୁଛି । ଏଭଳି ସ୍ଥିତିରେ କବି ଲେଖକମାନେ ଜାଗ୍ରତ ରହି କଲମ ଚାଲନା କରି ଲୋକଙ୍କୁ ସଚେତନ କରୁଛନ୍ତି । ତେଣୁ ସାହିତ୍ୟ ସାମାଜିକ ବିବର୍ତ୍ତନର ଏକ ପ୍ରମୂଖ ମାଧ୍ୟମ । ସାହିତ୍ୟକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି କୋଶଲ ବାଲ୍ମିକି ହେମଚନ୍ଦ୍ର ଆଚାର୍ଯ୍ୟ ଏହାକୁ ପ୍ରମାଣିତ କରିଛନ୍ତି । ସରକାରୀ ଚାକିରି ଛାଡି ରାଷ୍ଟ୍ରବାଦୀ ଚେତନାରେ ଉଦ୍‌ବୁଦ୍ଧ ହୋଇ ସାହିତ୍ୟ ସୃଜନ ମାଧ୍ୟମରେ ସାମାଜିକ ସଂସ୍କାର ଆଣିବା ପାଇଁ ଜୀବନ ବ୍ୟାପି ସାଧନା ଅବ୍ୟାହତ ରଖିଥିଲେ ବୋଲି ଡିଜିଟାଲାଇଜେସନ ମାଧ୍ୟମରେ ପାଳିତ କୋଶଲ ବାହ୍ନିକି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୫ତମ ଜୟନ୍ତୀ ଅବସରରେ ମତପ୍ରକାଶ ପାଇଛି । କରୋନା କଟକଣା ଯୋଗୁଁ ସଭା, ସମିତି ଉପରେ ରୋକ ଲାଗିଥିବା ବେଲେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ହୋଇ ନାହିଁ । ଅତିଥି, ବକ୍ତା ପ୍ରମୁଖ ନିଜ ନିଜ ଘରେ ଥାଇ ଆଜି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏବଂ ସେସବୁକୁ ନେଇ ପ୍ରସ୍ତୁତ ହୋଇଥିବା ୪୫ ମିନିଟର ଏକ ଭିଡିଓ ୟୁଟୁବରେ ଅପଲୋଡ ହୋଇଛି । ଅବସରପ୍ରାପ୍ତ ପ୍ରଫେସର କେଶରଂଜନ ପଧାନ ଓ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସଂଯୋଜନାରେ ପଦ୍ମଶ୍ରୀ ହଲଧର ନାଗ, ଔପନ୍ୟାସିକ ଧନପତି ମହାପାତ୍ର, ଡ.ମାନରଂଜନ ପଧାନ, ଗବେଷକ ଉତ୍ପନ୍ନ ଭୋଇ, ଅଲୋଚକ ଗୌରିଦାଶ ପଧାନ, ଅଧ୍ୟାପକ ରାମଚନ୍ଦ୍ର ସାହୁ, ନାଟ୍ୟକାର ଅଶୋକ ବହିଦାର ପ୍ରମୁଖଙ୍କ ସଂକ୍ଷିପ୍ତ ବକ୍ତବ୍ୟ ଓ ଶ୍ରଦ୍ଧାଜଲୀ ବାତୀ ରହିଛି । ୨୦୦୭ ମସିହାରେ ପ୍ରସ୍ତୁତ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ଏକ ସାକ୍ଷାତକାରର କିଛି ଅଂଶ ତଥା ଦିବଙ୍ଗତ କବି ସଂଜିବ ବଣିଆଁଙ୍କ କଣ୍ଠରେ କବିଙ୍କ ରଚିତ ଗୀତ ମଧ୍ୟ ଏଥିରେ ସ୍ଥାନ ପାଇଛି । ଶେଷରେ ଶିକ୍ଷାବିତ୍ ତଥା ସ୍ତମ୍ବକାର ପ୍ରତିଶ ଆଚାର୍ଯ୍ୟ ସମାରୋପ ବକ୍ତବ୍ୟ ଦେଇଛନ୍ତି । ଏହି ଏତିହାସିକ ତଥା ନିଆରା ଢଙ୍ଗରେ ଜୟନ୍ତୀ ପାଳନ ପାଇଁ ସାହିତ୍ୟକ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

Leave A Reply

Your email address will not be published.