ମହାମାୟା ଗୃପ ୧ଲକ୍ଷ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ

0

ପଦ୍ମପୁର :ପଦ୍ମପୁର ବିଶ୍ବ ସାରା କରୋନା ପାଇଁ ଚିନ୍ତିତ ଅଛନ୍ତି । ଜନସାଧାରଣଂକ ସ୍ବାସ୍ଥ୍ୟ ପ୍ରତି ସରକାର ସତର୍କମୂଳକ ପଦକ୍ଷେପ ନେଉଛନ୍ତି  ।  ସଂଗରୋଧ ଘୋଷଣା କରି ୩ମାସ ପାଇଁ ଖାଦ୍ୟ ପାନୀୟ ଓ ଅତ୍ୟାବଶ୍ୟକ ଦ୍ରବ୍ୟ  କିଣିବାର ଚାଉଳ,ଡାଲି,ଆର୍ଥିକ ସହଯୋଗ କରୁଛନ୍ତି । ରାଜକୋଷ‍ରୁ ପାଣ୍ଠି ଖର୍ଚ୍ଚ ହେଉଛି ।କୋଭିଡ୧୯କୁ ମୁକାବିଳା ପାଇଁ ନୁଆପଡା ସଦର ମହକୁମାରେ କାର୍ଯ୍ୟରତ ମହାମାୟା ଗୃପ ଅଫ ଇନଷ୍ଟିଚ୍ୟୁସନ ସହଯୋଗର ହାତ ବଢେଇଛନ୍ତି ।ଅନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକ ,କର୍ମଚାରୀ,ପରିଚାଳନା କମିଟୀ ସଂପାଦକ ,ସଦସ୍ୟବୃନ୍ଦ ସାମର୍ଥ୍ୟ ଅନୁସାରେ ଦାନକରି ୧ଲକ୍ଷ ଟଂକା ସଂଗ୍ରହ କରିଥିଲେ ।  ସଂପାଦକ ଟଂକଧର ସାହୁଂକ ନେତୃତ୍ବରେ ମହାମାୟାର ପ୍ରତିନିଧିମଣ୍ତଳୀ ଜିଲ୍ଲାପାଳ ମଧୁସ୍ମିତା ସାହୁଂକୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଂକ କରୋନା ପାଇଁ ଖୋଲାଯାଇଥିବା ରିଲିଫ ପାଣ୍ଠିକୁ ୧ଲକ୍ଷ ଟଂକାର ଚେକ୍ ପ୍ରଦାନ କରିଛନ୍ତି।ଉପଯୁକ୍ତ ସ୍ଥାନ,ସମୟ ଓ କାମରେ ତାଂକ ଅର୍ଥ ବିନିଯୋଗ ହେଉଥିବାରୁ ମହାମାୟା ଗୃପର ଦାତାମାନେ ଖୁସି ପ୍ରକଟ କରିଛନ୍ତି |

Leave A Reply

Your email address will not be published.