ପଦ୍ମପୁର-ସମଗ୍ର ବିଶ୍ଵ ଏବଂ ଭାରତ ବର୍ଷ କରୋନା ଭୂତାଣୁ ସଂକ୍ରମଣରେ ଜନ ସ୍ଵାସ୍ଥ୍ୟ ଘୋର ବିପର୍ଯ୍ୟୟ ପରିସ୍ଥିତିରେ ଗତି କରୁଛି। ଏହି ଘଡ଼ିସନ୍ଧି, ମହାମାରୀ ସମୟରେ ଭାରତୀୟ ଜନତା ଯୁଵମୋର୍ଚା ପଦ୍ମପୁର ଓ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ପଦ୍ମପୁର ରକ୍ତ ଭଣ୍ଡାର ଠାରେ ଆୟୋଜିତ ହୋଇ ଯାଇଅଛି। ଏହି ଶିବିର ପୂର୍ବତନ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦିପ ପୁରୋହିତ ଙ୍କ ତତ୍ବାବଧାନରେ ଓ SDMO ଶ୍ରୀଯୁକ୍ତ ସୁଶୀଳ କୁମାର ପରିଡ଼ାଙ୍କ ତଦାରଖରେ ଓ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀଙ୍କ ସାହାଯ୍ୟରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ଦାତା ମାନେ ହେଲେ ଜୟନ୍ତୀ ମେହେର, ପ୍ରମୋଦ କୁମାର ମେହେର, ରାଜେନ୍ଦ୍ର ସେଠ୍, ରିଙ୍କୁ ପଣ୍ଡା,ନବକୀଶୋର ମେହେର, ସୁରେଶ ସାହୁ,ଯୁଗଲ କିଶୋର ସାହୁ,ମିଲୁ ଥପ୍ପା,ରାଜିବ ଵଗତ୍ତୀ,ରାଜୁ କୁମାର ମାକେନ ।ଏହି ରକ୍ତ ଦାନ ଶିବିର ରେ ପଦ୍ମପୁର ବିଜେପି ନଗର ସଭାପତି ସୁନିଲ୍ କୁମାର୍ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତାଶ କୁମାର ବୋହିବାର, ଅଶୋକ ମିଶ୍ର, ଡଃ ନାରାୟଣ ପୁରୋହିତ, ପ୍ରତାପ ନାଥ, ଜ୍ୟୋସ୍ନା କର, ନରେଶ ସୁନ୍ଦର ସାହୁ, ଇଂଜିନିୟରିଂ କୁନାଲ ପାଣିଗ୍ରାହୀ,ସେବକ ମେହେର, ହିତେଶ କୁମାର ଅଗ୍ରୱାଲ,ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହିପରି ଭାବେ ଆଗକୁ ପ୍ରତି ଦୁଇ ତିନି ଦିନ ରେ ଥରେ ଗୋଟିଏ ଲେଖାଏଁ ଆହୁରି ରକ୍ତ ଦାନ ଶିବିର ଆୟୋଜିତ କରାଯିବ ବୋଲି ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.