ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର : କୋରୋନା ମହାମାରୀରେ ସମଗ୍ର ବିଶ୍ଵ ହନ୍ତସନ୍ତ ହେଉଥିବା ବେଳେ ଏହି ଭୁତାଣୁର ସଂକ୍ରମଣ କୁ ରୋଧ କରିବାର ଉପାୟ ମଧ୍ୟରୁ ମୁଖା (mask) ଏକ ପ୍ରମୂଖ ଅସ୍ତ୍ର ଭାବେ ବ୍ୟବହାର ଅତ୍ୟାବଶ୍ୟକ l ସାମ୍ପ୍ରତିକ ପରିସ୍ଥିତିରେ ସଚେତନତା, ଗୃହବନ୍ଦୀ ହେବା ଏବଂ ପ୍ରଶାସନ କୁ ସହଯୋଗ କରିବା ପରମ କର୍ତ୍ତବ୍ୟ | ଏପରି ବିଷମ ସମସ୍ୟା ସମୟରେ ଖପ୍ରାଖୋଲ ନିକଟସ୍ଥ ଫୁଲକିମୁଁଣ୍ଡl ଗ୍ରାମର କେତେଜଣ ସ୍ଵେଚ୍ଛାସେବୀଙ୍କ ନିଆରା ଉଦ୍ୟମ ବେଶ ପ୍ରଶସଂନୀୟ ଅଟେ l ଧର୍ମ, ସଂସ୍କୃତି, ପରମ୍ପରା ସହିତ ରାଷ୍ଟ୍ରୀୟ ସେବା ରେ ନିୟୋଜିତ ଯୋଗଗୁରୁ ଡାଃ ହରି ଭାଇ ଙ୍କ ପ୍ରେରଣା ପାଇ ସପରିବାର ଏବେ ନିଜ ପ୍ରଚେଷ୍ଟାରେ କପଡା ଆଣି ମୁଖା ତିଆରି ବ୍ଲକ ଅନ୍ତର୍ଗତ ସମସ୍ତ୍ ବିଭାଗ ତଥା ଜନ ସାଧାରଣରେ ନିଶୁଳ୍କ ବଣ୍ଟନ କରୁଛନ୍ତି l
ଶ୍ରୀ ସୁଭାଷ ମେହେର୍ ଙ୍କ ନେତୃତ୍ୱ ସୁମିତ୍ ଅଗ୍ରୱାଲ (ମଙ୍ଗଲ ଟି.ଭି.ଏସ୍, ପାଇକମାଲ୍)ଙ୍କ ସହାୟତା ରେ ଆଜି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଠାରେ ବିଭିନ୍ନ ବିଭାଗ ଯଥା ବ୍ଳକ, ପୁଲିସ ଥାନା, ଡାକ୍ତରଖାନା, ବସଷ୍ଟାଣ୍ଡ, ବ୍ୟାଙ୍କ ଆଦି ଭିନ୍ନ୍ ସ୍ଥାନ ମାନଙ୍କରେ କର୍ମଚାରୀ ଙ୍କ ସମେତ ତିନିଶହ ରୁ ଉର୍ଦ୍ଧ ଲୋକଙ୍କୁ ମୁଖା (mask) ପ୍ରଦାନ କରିବା ସହ ସଂକ୍ରମଣରୁ ସୁରକ୍ଷା ପାଇଁ ଘରେ ରହଣି, ସାମାଜିକ ଦୂରତା, ସାବୁନ ଦ୍ଵାରା ହାତ ଧୋଇବା ଆଦି ସଚେତନ କରାଯାଇ ଥିଲା l ଏଥିରେ ମୁରଲୀଧର ମେହେର (ମଣ୍ଟୁ)ଏବଂ ତାଙ୍କ ଧର୍ମପତ୍ନୀ ସରିତା ସମ୍ପୂର୍ଣ୍ଣ ବ୍ୟବସ୍ଥା କରୁଥିବା ବେଳେ ଚୂଡାମଣି, ଦୀନବନ୍ଧୁ, ବବୃବାହନ, ଜିତେନ୍ଦ୍ର, ହୂତlସନ, କର୍ଣ୍ଣ ଆଦି ସହଯୋଗ କରୁଛନ୍ତି ଲ ସୂଚନା ଯୋଗ୍ୟ ଯେ ଏହି ସେବା କାର୍ଯ୍ୟ ଯଥାସମ୍ଭବ ଅଧିକ ରୁ ଅଧିକ ଜନ ମାନସକୁ ମୁଖା ପ୍ରଦାନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୁରଲୀଧର ମତବ୍ୟକ୍ତ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.