ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ 

0 2

ବଡ଼ବିଲ (ଶାସକ ପ୍ରଶାସକ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ  ବାସଭବନରେ ପରଲୋକ ଘଟିଛି।   ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ପ୍ରକାଶ ଥାଉ କି ଏକଦା ବିଜୁ ବାବୁଙ୍କ ଘନିଷ୍ଠ ଥିବା ସ୍ବର୍ଗତ ସହରାଇ ଓରାମ ୩ ଥର କ୍ୟାବିନେଟ ମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଥିଲେ। ସେହିପରି ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ଓରାମଙ୍କ  ବିୟୋଗରେ ଯୋଡ଼ା ବଡ଼ବିଲ ଖଣି  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଶ୍ରୀ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବରିଷ୍ଠ ନେତା ଶ୍ରୀଯୁକ୍ତ  ଓରାମ ଦୀର୍ଘ ଦିନ ଧରି ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ | ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା  | ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ  ସମବେଦନା ଜ୍ଞାପନକରିବା ସହ ଆମରାତ୍ମାର ସଦ୍ଗତି କାମନା କରିଛନ୍ତି |  

Leave A Reply

Your email address will not be published.