ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ପୋଲିସ ପକ୍ଷରୁ ଶୁକ୍ରବାର ଦିନ ଭିନ୍ନକ୍ଷମ ଓ ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ବୁଗୁଡା ପୋଲିସ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ବୁଗୁଡା ପୋଲିସ ବାହିନୀ ରାସ୍ତା ପାର୍ଶ୍ଵରେ ବନ୍ଦ ଥିବା ବିଭିନ୍ନ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ଭିନ୍ନକ୍ଷମ ଓ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। ରନ୍ଧାଖାଦ୍ୟକୁ ପୁଡ଼ିଆ କରି ଆଣି ରାସ୍ତାସାରା ବୁଲି ବୁଲି ନିଜେ ଆଇଆଇସି ଖାଦ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ବୁଗୁଡା ପୋଲିସର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ସମେତ ଜନସାଧାରଣ ପ୍ରଶଂସା କରିଛନ୍ତି। ରାନ୍ଧଖାଦ୍ୟ ପ୍ରଦାନ ସମୟରେ ଆଇଆଇସି ଶ୍ରୀ ବେହେରା ଜନସାଧରଙ୍କୁ ନିଜ ଘରେ ରହିବା, ସାବୁନ ବା ହ୍ୟାଣ୍ଡ ୱାସ ରେ ବାରମ୍ବାର ହାତ ସଫା କରିବା, ଥଣ୍ଡା କିମ୍ବା କାଶ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା, ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ଗଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ପ୍ରଭୃତି ବିଷୟରେ ପରାମର୍ଶ ଦେବା ସହ ବାହାରେ ନବୁଲିବା ପାଇଁ ସଚେତନତା କରିଥିଲେ।
Sign in
Sign in
Recover your password.
A password will be e-mailed to you.