ବଲାଙ୍ଗିର: ( ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି | ଏଭଲି ଘଡିସନ୍ଧି ମୁହୁର୍ତ୍ତରେ ଲକ୍ ଡାଉନ ପାଇଁ ସରକାର ଗରିବ ଲୋକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାରେ ଜନଧନ ଖାତା ଥିବା ମହିଳା ମାନଙ୍କ ଏକାଉନ୍ଟରେ 500 ଟଙ୍କା ସାହାଯ୍ୟ ପ୍ରଦାନ କରୁଛନ୍ତି | ଏଭଲି ସମୟରେ କେତେକ ଅସାଧୁ ବ୍ୟକ୍ତି ଚଞ୍ଚକତା କରୁଥିବା ସୂଚନା ମିଲିଛି | ବେଲପଡା ବ୍ଲକ ଡୁଙ୍ଗୁରିପାଲି ଗ୍ରାମର ବାସିନ୍ଧା ତିଲୋତମା ପଟେଲ ଏଭଲି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି | ଅଭିଯୋଗ ରୁ ପ୍ରକାଶ ଥାଉ କି ଯେ, ବେଲପଡା ଦୁର୍ଗା ମଣ୍ଡପ ନିକଟରେ ଥିବା ଏସ୍ ବି ଆଇ କିଓସ୍କରେ ଜମା ଖାତା ଖୋଲି ଜମା ପାଇଁ 1000 ଟଙ୍କା ଦେଇଥିଲେ | ସେହି ଜମାଖାତାରେ ବର୍ତ୍ତମାନ 501 ଟଙ୍କା ଥିବା ଜିଣିବାକୁ ପାଇ ବଲକା ଟଙ୍କା କେଉଁଠିକୁ ଗଲା ବୋଲି କିଓସ୍କ ଅପରେଟର ପଦ୍ମକିଶୋର ମିଶ୍ରଙ୍କୁ ପଚାରିବାରୁ ସେ ସଠିକ ଉତ୍ତର ଦେଇନ ଥିଲେ ଯାହାଫଲରେ ଶ୍ରୀମତି ପଟେଲଙ୍କ ମନରେ ସନ୍ଦେହ ସୃଷ୍ଟିହେଲା ବଲକାଟଙ୍କା ହେର ଫେର ଅନୁମାନ କରି ତୁରନ୍ତ ବେଲପଡା ଏସ୍ ବି ଆଇ ବ୍ୟାଙ୍କ ପରିଚାଲକ ଙ୍କୁ ଲିଖିତ ଅଭିଯୋଗ କରିଥିଲେ | କିଛି ବର୍ଷ ପୂର୍ବେ ଉକ୍ତ କିଓସ୍କରେ ଆଧାର ପଞ୍ଜୀକରଣ ପାଇଁ 170 ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ଯାହାକି ସରକାରୀ ନିୟମ ଅନୂଯାୟୀ ନୂତନ ଆଧାର ପଞ୍ଜୀକରଣ ସମ୍ପୁନ୍ନ ମାଗଣା |
ବେଲପଡା ଭଲି ଦାଦନ ପ୍ରବଣ ଅଞ୍ଚଲରେ ଗରିବ, ଖଟିଖିଆ, ମଜୁରିଆ ଲୋକ ଥିବାରୁ ତାଙ୍କ ଠୁ ଏଭଲି ଭାବରେ ହଜାର ହଜାର ହରିଲୁଟ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଲ ବାସିନ୍ଦା |
Sign in
Sign in
Recover your password.
A password will be e-mailed to you.