ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗୃହୀତ 

0 2

ବଡ଼ବିଲ (ଶାସକ ପ୍ରଶାସକ) ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟାରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଚମ୍ପୁଆ ସ୍ଥିତ ଓଡିଶା ବ୍ଲଡ଼ ବ୍ୟାଙ୍କ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି। ପ୍ରକାଶ ଥାଉ କି ଲକଡାଉନ ସମୟରେ ରକ୍ତାଭାବ ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦୂରତା ବଜାୟ ରଖି ରକ୍ତ ସଂଗ୍ରହ ଅଭିଯାନ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜିର ଏହି ରକ୍ତଦାନ ଶିବିରକୁ ବିଜେଡି ନଗର ସଭାପତି ଅନନ୍ତ ମହାକୁଡ଼, ଦେବରଂଜନ ନାୟକ, ପ୍ରଭୁଦତ୍ତ ପ୍ରଧାନ, ଗୋଲକ ଓରାମ, ସୁଶାନ୍ତ ବାରିକ, ପ୍ରମୋଦ ଜଇସ୍ୱାଲ, ମନିନ୍ଦର ସିଂ, ମୋହନ ଗୁପ୍ତା, ମୁନୁ ଦାଶ, କେଦାରନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାର ଜଣାପଡ଼ିଛି।

Leave A Reply

Your email address will not be published.