ବରଗଡ(ଶାସକ ପ୍ରଶାସକ) :- ଫୁଲବାଣୀର ଏକ ସଂସ୍ଥାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ତାମିଲନାଡୁ ଓ କର୍ଣ୍ଣାଟକ 4ଟି ରାଜ୍ୟର 65 ଜଣ ଯୁବକ ଯୁବତୀ ଫୁଲବାଣୀର ଏକ ସଂସ୍ଥାକୁ ଟ୍ରେନିଂ ପାଇଁ ଆସି 4 ଦିନ ହେଲା ଉପବାସରେ ରହିଥିବା ଖବର ଏକ ଖବରକାଗଜ ରେ ପଢି ଜାଣିବା ପରେ ମନରେ କଷ୍ଟ ଅନୁଭବ କରିଥିଲେ ସାମାଜିକ କର୍ମୀ ଦୀପା ବାରିକ । .ଯେହେତୁ ଅନ୍ୟ ରାଜ୍ୟଗୁଡ଼ିକରେ ଆମ ଶ୍ରମିକଙ୍କ ସେଠାକାର ରାଜ୍ୟ ସରକାର ଏହି ଲକଡାଉନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଙ୍କର ଅନୁରୋଧ ପରେ ସୁବିଧା ସୁଯୋଗ ଯୋଗେଇ ଦେଉଛନ୍ତି ଆମର ମଧ୍ୟ କର୍ତ୍ତବ୍ୟ ଯେ ଅନ୍ୟ ରାଜ୍ୟର ଯୁବକ ଯୁବତୀଙ୍କୁ ଅତିଥି ହିସାବରେ ଚର୍ଚ୍ଚା କରିବା କଥା। ଏହି ଉଦ୍ଦେଶ୍ୟ ନେଇ ଦୀପା ନିମ୍ନୋକ୍ତ 65 ଜଣ ଯୁବକଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଟୁଇଟ କରି ଅନୁରୋଧ କରିଥିଲେ । ଯାହାର ଫଳସ୍ୱରୂପ ସେମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରାସନ ସାମଗ୍ରୀ ପ୍ରଦାନ କରାଯାଇ ଲକଡାଉନ ସରିବା ପର୍ଯ୍ୟନ୍ତ ତାଙ୍କୁ ରାସନ ସାମଗ୍ରୀ ପ୍ରଦାନ ସହ ସମସ୍ତ ସୁବିଧା ଅସୁବିଧା ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରକାର ଓ କନ୍ଧମାଳ ଜିଲ୍ଲା ପ୍ରଶାସନ । ତେଣୁ ଦୀପା ରାଜ୍ୟ ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରୁଛନ୍ତି । ଦୀପା ବାରିକଙ୍କର ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ । ଇଛା ଥିଲେ ନିଜ ଘରେ ରହିବି ଜଣେ ନିଷ୍ଠାର ସହିତ ଲୋକଙ୍କର ସେବା କରି ପାରିବ ବୋଲି ଦୀପା ପ୍ରମାଣିତ କରି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post