କେନ୍ଦ୍ରାପଡାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 2

ସାମାଜିକ ଦୂରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ୧୦ ଜଣଙ୍କ ରକ୍ତଦାନ

 କେନ୍ଦ୍ରାପଡା(ଶାସକ ପ୍ରଶାସକ) : ଏପିଲ ୧୭ତାରିଖ ବିଜୁବାବୁଙ୍କୁ ୨୩ତମ ଶ୍ରାଦ୍ଧ ଦିବସ ଅବ୍ୟବହିତ ପୂର୍ବରୁ “ଜୀବନବିନ୍ଦୁ” ଆନୁକୂଲ୍ୟରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଆହ୍ବାନକ୍ରମେ ବ୍ଲକ ଅଧକ୍ଷ ଅନାମବନ୍ଧୁ ଧଳ,ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ନେତୃତ୍ୱରେ କେନ୍ଦ୍ରାପଡା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି |  ସାମାଜିକ ଦୁରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ୧୦ଜଣ ଲେଖାଏଁ ରକ୍ତଦାତା ୧୫/୪/୨୦ ରିଖରୁ ରକ୍ତଦାନ କରିବା ଆରମ୍ଭ ହୋଇଛି  l ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ହୀରଣ୍ୟ କୁମାର ପଣ୍ଡା, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ମହାନ୍ତି, ବିଜୟକେତନ ମଣ୍ଡଳ,ସାହେବସାଲି ରାଉତଙ୍କ ସମେତ ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ମାନସ ଜେନା,ସହଯୋଗୀ ରାକେଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ l

Leave A Reply

Your email address will not be published.