ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: କରୋନାର ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ପୋଲସରାର ପପୁଲାର ଭାରତ ଗ୍ୟାସ ମଧ୍ୟ୍ୟ ଏଥିରୁ ବାଦ ପଡିନାହିଁ। ପପୁଲାର ଭାରତ ଗ୍ୟାସ ଏଜେନ୍ସିର ମାଲିକ ଜୟନ୍ତ କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା, ଏହିପରି ମୋଟ ୧ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ଅର୍ଥ ଦୁଇଟି ଚେକ ମାଧ୍ୟମରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସମୟରେ ଶ୍ରୀ ସେଠୀଙ୍କ ସହଯୋଗୀ ସନ୍ତୋଷ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.