ବାହାର ଜିଲ୍ଲାରୁ ପୋଲସରା ବ୍ଲକକୁ ଫେରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଶାସନର ତତ୍ପରତା 

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ଯେଉଁ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବାହାରେ ଅନ୍ୟ ଜିଲ୍ଲା, ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶରେ ଅସୁବିଧାରେ ରହୁଛନ୍ତି, ସେମାନେ ନିଜ ଜିଲ୍ଳା ଗଞ୍ଜାମକୁ ଫେରି ଆସିବାକୁ  ଚାହୁଁଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଯେଉଁ ମାନେ ପୋଲସରା ବ୍ଲକକୁ ଫେରିବେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗ ପ୍ରଶାସନ ତପ୍ତରତା ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ପୋଲସରା  ବ୍ଲକ ବିଡ଼ିଓ ତଥା କରୋନା ସମ୍ପର୍କୀୟ ନୋଡାଲ ଅଫିସରଙ୍କ ଶମ୍ଭୁନାଥ ନନ୍ଦୀଙ୍କ ପତ୍ର ପରେ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତପ୍ତରତା ପ୍ରକାଶ କରିଛି। ବିଇଓ ତ୍ରିଲୋଚନ ତ୍ରିପାଠୀ,ଏବିଇଓ ଦ୍ବୟ ବାଳକୃଷ୍ଣ ପାତ୍ର ଓ ସ୍ୱରୂପ କୁମାର ପାତ୍ରଙ୍କ ତତ୍ୱାବଧାନରେ ବ୍ଲକର ସମସ୍ତ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ନିଜ ନିଜ ବିଦ୍ୟାଳୟକୁ ଯାଇ ସ୍କୁଲ ଗୃହ ଓ ସ୍କୁଲ ପରିସର ସଫା କରୁଥିବା ଦେଖିବାକୁ ମିଳିଛି।ଏହି ସବୁ ବିଦ୍ୟାଳୟ ଗୁଡିକରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇ ଜିଲ୍ଲା ବାହାରୁ ପୋଲସରା ବ୍ଲକକୁ ଫେରିବାକୁ ଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା।

Leave A Reply

Your email address will not be published.