ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକକୁ ଜିଲ୍ଲା ବାହାରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ ୬ ଟି ସ୍କୁଲରେ ଛଅ ଗୋଟି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବୁଗୁଡା ବିଡ଼ିଓ ତଥା ନୋଡାଲ ଅଫିସର ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ୬ ଗୋଟି ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା, ୧- ଏ.କରଡ଼ାବାଡ଼ିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨- ପୋଚାଲୁଣ୍ଡିର ମା କାଳୀ କୃଷକ ଉଚ୍ଚ ବିଦ୍ୟାଳୟ, ୩- ବାଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟ, ୪- ଗୋଲିଆର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ୫- ବି.କରଡ଼ାବାଡ଼ିର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ,ଓ ୬- କରଚୁଲି ର ଶକୁନ୍ତଳା ବିଦ୍ୟାପୀଠ । ବୁଧବାର ସୁଦ୍ଧା ମୋଟ ୧୦୨ ଜଣ ବୁଗୁଡା ବ୍ଲକକୁ ଫେରିଥିବା ବେଳେ ସମସ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ ଯେଉଁ ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇ ଛାଡି ଦିଆଯିବା ସହ ପ୍ରତିଦିନ ସ୍ୱାସ୍ଥ୍ୟ ଅବସ୍ଥା ବୁଝା ଯାଉଛି। ୩୪ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବା ପରେ ଡାକ୍ତରୀ ପରୀକ୍ଷା ପରେ ଘରେ ମଧ୍ୟ ୧୪ ଦିନ ସଙ୍ଗରୋଧ ରହିବାକୁ ପରାମର୍ଶ ଦେଇ ଘରକୁ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ୨୫ ଜଣ ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯାଇଛି। ସମସ୍ତ କେନ୍ଦ୍ରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ହାତ ସଫା ପାଇଁ ହ୍ୟାଣ୍ଡ ୱାଶ ଓ ଅନ୍ୟାନ ଆବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା ହୋଇଥିବା ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post