ଗଛରୁ ନଡ଼ିଆ ପଡି କଲେଜ ଛାତ୍ରୀ ଗୁରୁତର

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା ଗ୍ରାମର ଜଣେ ୨୦ ବର୍ଷ ବୟସ୍କା  କଲେଜ ଛାତ୍ରୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣା ପ୍ରକାରେ ପିପୁଲସ କଲେଜର +୩ ଛାତ୍ରୀ ତଥା ରାମେଣ୍ଡା ଗ୍ରାମର ପ୍ରମୋଦିନି ନାହାକ ନିଜ ଘରର ବାରିପଟେ ବସିଥିବା ବେଳେ ନଡ଼ିଆ ଗଛରୁ ଏକ ନଡ଼ିଆ ତଳେ ପଡିବା ପରେ ପ୍ରମୋଦିନିଙ୍କ ଛାତିରେ ଆସି ଆଘାତ ଲାଗିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.