ମୟୂରଭଞ୍ଜରେ ଲୋକାର୍ପିତ ହେଲା କିମସ ପରିଚାଳିତ  ୨ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ।

1

 ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଲୋକାର୍ପିତ

ବାରିପଦା(ଦିଲ୍ଲୀପ ମହାନ୍ତି)-  ଏପ୍ରିଲ ୧୫ ମୟୂରଭଞ୍ଜ ଜିଲ୍ଲାର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ। ଓଡିଶା ମାଇନିଂ କର୍ପୋରେସନର ସହାୟତା ପାଣ୍ଠି ଏବଂ ଭୂବନେଶ୍ବର ସ୍ଥିତ କିମ୍ସ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରପାତି  ସହିତ ୨୦ ଟି ଆଇସିୟୁର ସୁବିଧା ରହିଥିବା  ଏହି ୨ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବାରିପଦା ସହର ଉପକଣ୍ଠ ବାରିପଦା ବ୍ଲକର ବାଙ୍କିଶୋଳ ଠାରେ କାର୍ଯ୍ୟକ୍ଷମ ହୋଇଛି। ଏଠାରେ କରୋନା ସଂକ୍ରମିତମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସେବା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ଏବଂ  ମୟୂରଭଞ୍ଜ ଜିଲ୍ଲାରେ  କରୋନା ମୁକାବିଲା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଲୋକାର୍ପଣ ସମାରୋହରେ ଅଧ୍ୟକ୍ଷତା ଜରିଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଥିବା ବେଳେ କିମ୍ସ ମେଡ଼ିକାଲ ସିଇଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ସିଡିଏମଓ ରୂପଭାନୁ ମିଶ୍ର  ପ୍ରମୁଖ ଉପସ୍ଥିତ ରହିଥିଲେ ।

 ଏହି କୋଭିଡ଼ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର ସୁଧୀର ଶତପଥୀଙ୍କ ନେତୃତ୍ବରେ ପ୍ରାୟ ୨୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସମେତ ତାଲିମ ପ୍ରାପ୍ତ ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର, ହାଉତ୍ସକିପିଙ୍ଗ ଆଦି କର୍ମଚାରୀମାନଙ୍କୁ ମିଶାଇ ମୋଟ ୬୦ ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀମାନେ ୨୪ ଘଣ୍ଟା ରୋଗୀମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି ।

 

Leave A Reply

Your email address will not be published.