ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମପଞ୍ଚାୟତର ସମାଜ ସେବୀ ତଥା ବିଜେପି ପଞ୍ଚାୟତ ପ୍ରମୂଖ ଭଗବାନ ପଟେଲ ନିଜେ ସିଲେଇକରି ବାଣ୍ଟିଲେ ମାସ୍କ। ଜରୁରୀ କାଳୀନ ପରିସ୍ଥିତିରେ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରୁ ଥିବା ଲୋକଙ୍କ ମୁହଁରେ ମାସ୍କ ଲାଗିଥିବାର ନିୟମ ସରକାରଙ୍କ ଦ୍ଵାରା ଘୋଷଣା ହେବାପରେ ଗ୍ରାମାଞ୍ଚଳ ଗୁଡିକରେ ଚାଲିଛି ମାସ୍କ ବିକ୍ରିର କଳାବଜାରୀ ନିମ୍ନମାନର ଏକ ମାସ୍କର ଦର ପଚାଶଟଙ୍କା ଥିବାବେଳେ ତାହା କିଣିବା ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ପାଇଁ ସାଜିଛି କଷ୍ଟସାଧ୍ୟ। ଲୋକେ ପନିପରିବା ଚଢାଦରରେ ତା ସଙ୍ଗକୁ ଏକ ମାସ୍କକୁ ପଚାଶଟଙ୍କା ଦେଇ କିଣିବା ପାଇଁ ଅସମର୍ଥ ଥିବାବେଳେ ସହାୟତାର ହାତ ବଢେଇଛନ୍ତି ତାଲପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖୁଣ୍ଟପାଲି ଗ୍ରାମର ସମାଜ ସେବୀ ଶ୍ରୀ ପଟେଲ | ନିଜେ କନାରେ ମାସ୍କ ସିଲେଇକରି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପ୍ରାୟ ୫୩୦ଖଣ୍ଡ ମାସ୍କ ବଣ୍ଟନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.