ବ୍ରାହ୍ମଣୀ ପୋଲ ଉପରେ ଗାଡ଼ି ଚଳାଚଳ ବନ୍ଦର ଅବଧି ୧୭ରୁ ୨୩ ପର୍ଯ୍ୟନ୍ତ ବଳବତର: ଜିଲାପାଳ

0

ଯାଜପୁର ରୋଡ(ଜୟଶଙ୍କର ଦାଶ) :  ଯାଜପୁର ଜିଲା ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ପୁର୍ବରୁ ଅପ୍ରେଲ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବ୍ୟାହତ ରହିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଜିଲାପାଳ ୧୯୯୩ର ସଡ଼କ ନିରାପତା ଓ ଗାଡ଼ି ଚଳାଚଳ ଆଇନ୍ ୧୧୫ ଓ ମୋଟର ଚଳାଚଳ ଆଇନ୍ ୧୭୩ ଅନୁଯାୟୀ ଏହି ଅଧ୍ୟାଦେଶ ଜାରି କରିଛନ୍ତି । ତେବେ ପୁର୍ବବତ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ ୨୪ଘଂଟା ଧରି ମାଲବାହି ଗାଡ଼ି ଗୁଡ଼ିକ ସୁକିନ୍ଦା ଠାରୁ ଭୂବନ-ଷଡ଼ଙ୍ଗୀ-ଗନ୍ଦିଆ ଦେଇ ଚଢେ଼ଇଧରା ହୋଇ ଗତାଗତ କରିବ । ସେହିଭଳି ଯାତ୍ରୀବାହି ବସ୍ ଗୁଡ଼ିକ ସୁକିନ୍ଦାରୁ ମିଲିଟାରୀ ଛକ ହୋଇ ପାଣିକୋଇଲି ଦେଇ ଗତାଗତ କରିବ ବୋଲି ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ କେନ୍ଦୁଝର, ଢେ଼ଙ୍କାନାଳ ଜିଲାପାଳ ଓ ଆରଟିଓଙ୍କୁ ମଧ୍ୟ ଅବଗତ କରାଯାଇଛି । ସ୍ଥାନୀୟ ଜନସାଧାରଣ, ବସ୍, ଟ୍ରକ୍, ମିନି ବସ୍ ଟ୍ରକ୍ ମାଲିକ ସଂଘ ଓ ବୁଦ୍ଧିଜୀବି ମାନେ ଏ ଦିଗରେ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । 

 

 

 

Leave A Reply

Your email address will not be published.