ବରଗଡ଼- ପାଇକମାଳ ମଙ୍ଗଳ ଟିଭିଏସ ର ମାଲିକ ତଥା ଯୁବ ବ୍ୟବସାୟୀ ସୁମିତ କୁମାର ଅଗ୍ରୱାଲ ଙ୍କ ଉଦ୍ୟମରେ କରୋନା ର ମୁକାବିଲା ପାଇଁ ହାତ ତିଆରି ମାକ୍ସ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଏଥିପାଇଁ ପାଇକମାଳର ଜନେକ ଯୁବ ବ୍ୟବସାୟୀ ସୁନିଲ ଅଗ୍ରୱାଲ ମାକ୍ସ ପାଇଁ ୨୦୦ ମିଟର କପଡା ଦାନକରିଛନ୍ତି । ଏହାକୁ ଗ୍ରାମ ଗ୍ରାମ ବୁଲି ବୁଲି ରଶ୍ମି ହଂସ, ସଚିନ ସାହୁ, ନଗେନ୍ଦ୍ର ପାଣିଗ୍ରାହି,ସୁମିତ ଅଗ୍ରୱାଲ ପ୍ରମୁଖ ସ୍ବେଛାସେବୀମାନେ ଲୋକମାନଙ୍କୁ ମାକୁ ପିନ୍ଧିବା ଓ ତାହାର ବ୍ୟବହାର ବିଷୟରେ ଲୋକମାନଙ୍କୁ ସଚେତନତା କରୁଛନ୍ତି ।ମଙ୍ଗଳବାର ସକାକୁ ପାଇକମାଳ ବଜାର ପରିସର,ହିରାପୁର,ମହାରାଣି ମେରିପୁର, ସାଲେପାଲି, କଲୋନିପଡା, ଭାଟିପଡା, ଓ ମାହାରପଡା ଆଦି ଗ୍ରାମମାନଙ୍କୁ ଯାଇ ମାସ୍କ ବଣ୍ଟନ କରିଥିଲେ । ଅଧିକା ମାସ୍କ ଆବଶ୍ୟକ ହେଲେ କପଡା ସୁତା ଯୋଗାଇ ଦିଆଯିବ | ଗ୍ରାମରେ ଥିବା ଟେଲର ସହଯୋଗରେ ମାସ୍କ ତିଆରିକରିବା ପାଇଁ କୁହାଯାଇଥିଲା । ପାଇକମାଳ ଛକର ବିଭିନ୍ନ ସ୍ଥାନ ବୁଲିବୁଲି ମାକ୍ସ ପିନ୍ଧାଇବା ସହ ଏହାର ବ୍ୟବହାର ବିଷୟରେ ଲୋକମାନଙ୍କୁ ସଚେତନତା କରିଥିଲେ। ଛକ ମାନଙ୍କରେ ଯେଉଁ ଲୋକମାନେ ମାକ୍ସ ପିନ୍ଧି ନଥିଲେ, ସେମାନଙ୍କୁ ମାକୁ ପିନ୍ଧାଇ ଥିଲେ। ଏଥିରେ ସୁମିତଙ୍କୁ ଅଞ୍ଚଳର କିଛି ଟେଲର ମିସ୍ତ୍ରୀ ମାନେ ସହଯୋଗ କରିଛନ୍ତି । ବର୍ତ୍ତମାନ ୨୦ରୁ ଉର୍ଦ୍ଧ୍ବ ଟେଲରମିସ୍ତ୍ରୀ ମାନେ ଗୋଟିଏ ଦିନରେ ୫୦୦ରୁ ଉର୍ଦ୍ଧ ମାକ୍ସ ତିଆରି କରୁଛନ୍ତି । ଯୁବ ବ୍ୟବସାୟୀ ସୁମିତ ଅଗ୍ରୱାଲ ଏହି କାର୍ଯ୍ୟକୁ ଅଞ୍ଚଳବାସି ପ୍ରସଂଶା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.