ସିଆରପିଏଫ୍ ପକ୍ଷରୁ କରୋନା ସଚେତନତା ତଥା ସହାୟତା ଶିବିର

2

ପଦ୍ମପୁର – ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଜଗଦଳପୁର ନିକଟସ୍ଥ ଶୁକ୍ଲିପାହାଡ ଗ୍ରାମ ଠାରେ ସ୍ଥାନୀୟ ଇ ୧୮୯ ସିଆରପିଏଫ୍ ତରଫରୁ ସିଭିକ ଏକ୍ସନ ପ୍ରୋଗ୍ରାମ ହୋଇଯାଇଛି । ବର୍ତ୍ତମାନ ସାରା ବିଶ୍ବରେ କରୋନାର ଭୟାବହତା ଦେଖାଦେଇଛି । ଲକ୍ ଡାଉନ ଯୋଗୁଁ ଅସହାୟ ପରିବାର ଅତି ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି । ଏହି ସମୟରେ ଯବାନମାନେ ସହଯୋଗର ହାତ ବଢେଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଜଗଦଳପୁର,ବଡ କୁଂଜାରୀ,ନୁଆପଡା,ଶୁକ୍ଲିପାହାଡ ଗ୍ରାମକୁ ଭୁତାଣୁ ମୁକ୍ତ କରିବା ପାଇଁ ଯୁବ ଗୋଷ୍ଠିକୁ ସ୍ପ୍ରେୟାର,ବ୍ଲିଚିଂ ପାଉଡର ଦେଇଛନ୍ତି ।ଅସହାୟ ପରିବାରକୁ ଚାଉଳ,ଆଳୁ ସହ ସାନିଟାଇଜର,ମାସ୍କ,ଗ୍ଲୋବ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ପ୍ରାୟ ୪୦୦ ଅସହାୟ ବ୍ୟକ୍ତିଙ୍କ ସାହାଯ୍ୟ କରାଯିବ ବୋଲି ଜଗଦଳପୁର ଇନ ଚାର୍ଯ ପ୍ରକାଶ କରିଛନ୍ତି। କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ,ଡେପୁଟୀ କମାଣ୍ତେଣ୍ଟ ବିନୋଦ ଟଣ୍ତନ,ସହକାରୀ କମାଣ୍ତେଣ୍ଟ ରାଜୀବ କୁମାର ଯୋଗଦାନ କରି ଯବାନମାନଂକୁ ଉତ୍ସାହିତ କରିଥିଲେ । ଅଞ୍ଚଳ ବାସୀ ଯବାନଙ୍କ ସହ ମିଶି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କରୋନା ସଚେତନ ବାର୍ତ୍ତା ଯବାନ ମାନେ ଶୁଣାଇଥିଲେ ।

Leave A Reply

Your email address will not be published.