ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଭୁବନେଶ୍ୱର ଠାରେ ସାର୍ବଜନୀନ ଉଦ୍ୟୋଗ ଓ ମିଳିତ ଉଦ୍ୟୋଗଗୁଡିକର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭ୍ୟ ସଭ୍ୟାଙ୍କ ପାଇଁ କର୍ମ କ୍ଷେତ୍ରରେ ମହିଲମାନଙ୍କ ଯୌନ ନିର୍ଯାତନା ଆଇନ ୨୦୧୩ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇହାଇଛି।
ଆଇନ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରି ବର୍ତମାନ ପରିସ୍ଥିତିରେ କର୍ମଜୀବୀ ମହିଳାମାନଙ୍କ ଉକ୍ତ ଆଇନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆୟୋଗର ଅଧକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ତାଙ୍କ ଭାଷଣରେ ଉପରୋକ୍ତ ଆଇନର ଆବଶ୍ୟକତା ତଥା ଏହି କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ଉକ୍ତ କର୍ମଶାଳାରେ ରାଜ୍ୟ ବିକାଶ ଆୟୋଗର ଅଧକ୍ଷ ଆର. ବାଲକ୍ରିଷ୍ଣା ଓ ରାଜ୍ୟ ଆଇନ ପ୍ରାଧିକରଣର ସଚିବ ବାଳକୃଷ୍ଣ ମହାପାତ୍ର ସଂମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ , ରାଜ୍ୟର ବିଭିନ୍ନ ସାର୍ବଜନୀନ ଉଦ୍ୟୋଗ ଓ ମିଳିତ ଉଦ୍ୟୋଗଗୁଡିକରୁ ୧୦୦ରୁ ଅଧିକ କର୍ମୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ।