ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରଠାରେ ଗଜପତି ଉତ୍ସବ ୨୦୧୩ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧ୍ରୁବଚରଣ ପାଣ୍ଡେ,ମୋହନା ବିଧାୟିକ ବାସନ୍ତି ମଲ୍ଲିକ, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପରିକ୍ଷିତ ସେଠୀ, ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ୱାଳ, ଏସଡିପିଓ ଉକ୍ରଳ ରଞ୍ଜନକୁମାର ଦାଶ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଅନାମ ଚରଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାର ସରକାରୀ, ବେସରକାରୀ ସଂଗଠନ, ବୁଦ୍ଧିଜୀବୀ, ଗଣମାଧ୍ୟମର କର୍ମକର୍ତା, ଉପସ୍ଥିତ ରହି ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଗଜପତି ଉତ୍ସବର ନାମକରଣ ଓ ଲୋଗୋ ପରିବର୍ତନ ପାଇଁ ଆଲୋଚନା ହୋଇଥିଲା ।
ପ୍ରଥମେ ୭ଗୋଟି ବ୍ଳକ୍ରେ ଏହି ଉତ୍ସବ ୨ଦିନ ଧରି ଚାଲିବ । ପରେ ଜିଲ୍ଲାସ୍ତରୀୟ ମହୋତ୍ସବ ଆୟୋଜିତ ହେବ । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରର ଖାଦ୍ୟ ସାମଗ୍ରୀ ସାମିଲ କରିବାକୁ ଦୃଷ୍ଟିତ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଥିଲେ । ଜିଲ୍ଲାର ସବୁ ବର୍ଗର ଲୋକଙ୍କୁ ନେଇ ନାମକରଣ ଓ ଲୋଗୋ ଚୂଡାନ୍ତ କରାଯିବା ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦୀର୍ଘ ୪ବର୍ଷ ଧରି ବନ୍ଦ ଥିବା ଗଜପତି ଉତ୍ସବ ଚଳିତବର୍ଷ ୪ଦିନ ଧରି ଚାଲିବାକୁ ପ୍ରଶାସନ କରୁଥିବା ନିଷ୍ପତିକୁ ଜିଲ୍ଲାର ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ଜିଲ୍ଲାପାଳଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରୁଛନ୍ତି ।