ପଣା ସଂକ୍ରାନ୍ତିରେ ବି  ସଚେତନତା  

2

ଗୁଣପୁର/ମାଧବ ବିଡିକା  – ରାଜ୍ୟର କିଛି ସହରର  ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବା ବେଳେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରାର ବୃଦ୍ଧି ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ଏକ ବିଶ୍ୱସ୍ଥ ସୂତ୍ରରୁ ଜାଣିବା ପରେ ; ଏହାକୁ ଆଖି ଆଗରେ ରଖି ପଥିକ ଙ୍କ ତୃଷା ନିବାରଣ ନିମନ୍ତେ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଆ ନବ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି ଅବସରରେ ସରକାର ପ୍ରଦତ୍ତ ନିୟମାବଳୀ ତଥା ସମାଜିକ ଦୁରତା ରକ୍ଷା କରି ପଣା ବଣ୍ଟନ କରାଯାଇଥିଲା । ସଂଘର ସଭାପତି ଅରୁଣ ପାଢ଼ୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଏକ ଫୁଟ ଦୂରତା ରେ ଅଙ୍କା ଯାଇଥିବା ଗୋଲେଇରେ  ପଥିକ ମାନେ କିଭଳି ଜଣେ ଅନ୍ୟ ଜଣଙ୍କ ମଧ୍ୟରେ ରହି ପଣା ଗ୍ରହଣ କରିବେ ସେନେଇ ଦୃଷ୍ଟି ଦେବା ସହ ଏଭଳି ସାମାଜିକ ଦୁରତାକୁ ଅବଲମ୍ବନ କଲେ ଲୋକଙ୍କ ର କଣ ଉପକାର ହେବ ସେ ନେଇ ସଚେତନ ବାର୍ତ୍ତା ଦେଉଥିଲେ । ଯେଉଁ ମାନେ ମାସ୍କ ବ୍ୟବହାର ନକରି ମୁହଁରେ ତଉଲିଆ, ରୁମାଲ ଏବଂ ଲୁଗା କାନୀ ଦେଇ ପଣା ନେବାକୁ ଆସୁଥିଲେ  ସେମାନଙ୍କୁ  ସ୍ଥାନୀୟ “ହେଲପିଙ୍ଗ କ୍ଲବ” ର ସଦସ୍ୟ ସୁନୀଲ ପଣ୍ଡା ମାସ୍କ ବଣ୍ଟନ କରିଥିଲେ। ସଂଘର ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.