ଲକଡାଉନ ମାନ, ସରକାର ଆପଣଙ୍କ ସହିତ ଅଛନ୍ତି – ଶ୍ରମ ମନ୍ତ୍ରୀ

2

ନିର୍ମାଣ ଶ୍ରମିକଙ୍କୁ  ଆର୍ଥିକ ସହାୟତା ବାଂଟିଲେ ମନ୍ତ୍ରୀ ସୁଶାନ୍ତ 

ମେଲଛାମୁଣ୍ଡା(ମନୋଜ ଭୋଇ)- ସରକାର ଘୋଷଣା କରିଥିବା ଲକଡାଉନ ମାନିକି ଚାଲ, ଆପଣ ମାନଙ୍କ ସହ ସବୁବୁଳେ ସରକାର ଅଛନ୍ତି, ଧର୍ଯ୍ୟହରା ହେବାର ନାହିଁ ବୋଲି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଗ୍ରାମରେ ସାଲେପାଲି ପଂଚାୟତ ଅଂଚଲର ଶତାଧିକ ନିର୍ମାଣ ଶ୍ରମିକଙ୍କୁ ସୋମବାର ସକାଳେ ଆର୍ଥିକ ସହାୟତା ରାଶି ବଂଟନ କରିବା ଅବସରରେ ନିଜ ବକ୍ତବ୍ୟରେ କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । 

ଏହି ଅବସରରେ ସାମାଜିକ ଦୂରତ୍ୱକୁ ପ୍ରଧାନ୍ୟ ଦେଇ ସୋହେଲା ବିଡିଓ ବିଶ୍ୱ ରଂଜନ କରଙ୍କ ସଭାପତୀତ୍ୱରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି, ବ୍ଳକ ଅଧ୍ୟକ୍ଷ ଜିବର୍ଦ୍ଧନ  ବରିହା, ସାଲେପାଲି ସରପଂଚ ନଳିନୀ  ଭୋଇ, ପୂର୍ବତନ ସରପଂଚ ଚୈତନ୍ୟ ବେହେରା, ସମାଜସେବୀ ସନ୍ତୋଷ ମେହେର, ପୂର୍ବତନ ସମିତିସଭ୍ୟ ପ୍ରଦୀପ ବେହେରା, ପୂର୍ବତନ ସରପଂଚ ପ୍ରମୋଦ ମାଝୀ, ସାଲେପାଲି ଗ୍ରା.ପ.ଇଓ ଅନିଲ ସାହୁ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ମଂଚାସୀନ ଥିଲେ । ଶ୍ରମ ମନ୍ତ୍ରୀ ଶ୍ରୀ ସିଂ ରାଜ୍ୟ ସରକାର ଘୋଷଣା କରିଥିବା ୧୫ଶହ ଟଙ୍କା ଆର୍ଥିକ ସହାୟତା ରାଶି ସଭାରେ ଉପସ୍ଥିତ ଥିବା ୧୩୨ଜଣ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଆନନ୍ଦ ଦିଶ୍ରୀ, ଅଚ୍ୟୁତ ପଧାନ, ଅନନ୍ତ ଭୋଇ, ଅନ୍ତର୍ଯ୍ୟାମୀ  , ଅନାଦି, ଟୁନା, ଜଗତ, ଅଲେଖ, ସାନ୍ତାନୁ, ତାରାକାନ୍ତ, ଚନ୍ଦ୍ରକାନ୍ତ, ମିଠାଇ, ବିଭୁତି ଓ ଛବିଲ ପ୍ରମୁଖ ସ୍ୱେଚ୍ଚାସେବୀ ସହଯୋଗ କରିଥିଲେ । 

 

Leave A Reply

Your email address will not be published.