ମେଲଛାମୁଣ୍ଡା,(ମନୋଜ ଭୋଇ)- ବର୍ତମାନ ସାରା ଦେଶରେ ଲକଡାଉନ ଚାଲିଛି । ଲୋକେ ଲକଡାଉନ ପାଇଁ ପଦାକୁ ବାହାରୁ ନାହାନ୍ତି । ସରକାର ଗରିବ, ଗୁରୁବା ମାନଙ୍କୁ ରନ୍ଧା ଖାଦ୍ୟ ଠାରୁ ଆରମ୍ବ କରି ଚାଉଳ,ଟଙ୍କା ଆଦି ଯୋଗାଉଛନ୍ତି । ସରକାରଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ତଥା ବିଭିନ୍ନ ସଂଗଠନ ଆର୍ଥିକ ସହାୟତାର ହାତ ବଢାଉଥିବା ବେଳେ ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳସ୍ଥିତ ଜଟାଧାରୀ କ୍ଳବ ଏବଂ ଦିପ୍ତିପୁରସ୍ଥିତ ଜୟ ଜବାନ କ୍ଳବର ମିଳିତ ଆନୁକୁଲ୍ୟରେ କ୍ଳବର ସ୍ୱେଚ୍ଛାସେବୀଗଣ ମେଲଛାମୁଣ୍ଡା ଥାନା ଅଂଚଳର ବିଭିନ୍ନ ଗାଁ ମାନଙ୍କୁ ପହଂଚି ଅସହାୟ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରି ଅଂଚଳର ବୁଦ୍ଧିଜୀବି ମହଳରେ ପ୍ରଂଶସାର ପାତ୍ର ପାଲଟିଛନ୍ତି । ଏହି ଯୁବ ଗୋଷ୍ଠୀ ଶୁକ୍ରବାର ସଂଧ୍ୟାରେ ମେଲଛାମୁଣ୍ଡା ଗ୍ରାମକୁ ଆସି ପଚାଶରୁ ଉଦ୍ଧ୍ୱର୍ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଂଟନ କରି ସରକାରଙ୍କ ପାଇଁ ଗୁଣ୍ଡୁଚି ମୂଷାର କାର୍ଯ୍ୟ ବହନ କରିଛନ୍ତି । ଏହି ଅବସରରେ ଏହି ମହତ କାର୍ଯ୍ୟକୁ ସଂପାଦନ କରିବା ପାଇଁ ଆମନ୍ତ୍ରୀତ ଅତିଥି ଭାବେ ମେଲଛାମୁଣ୍ଡାର ଡା.ଦିଲିପ କୁମାର ଭୋଇ, ଡା.ସୁବ୍ରତ କୁମାର ନାୟକ, ସାମ୍ବାଦିକ ମନୋଜ କୁମାର ଭୋଇ, ସମିତି ସଭ୍ୟା ସଂଧ୍ୟା ବାଗ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କୁ ଭୟଙ୍କର କରୋନା ଭୁତାଣୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେବାସହ ସରକାରଙ୍କ ଲକଡାଉନ ଘୋଷଣାକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହ ଯୁବଗୋଷ୍ଠୀର ମହତ କାର୍ଯ୍ୟକୁ ଭୁୟଶୀ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଟାଳ ଜଟାଧାରୀ କ୍ଳବର ସଭାପତୀ ଧିରେନ ବିଶ୍ୱାଲ, ଡମ୍ବରୁ, ହୃଷିକେଷ, ଆନନ୍ଦ, ନିମାଇ, ମୁକେଶ, ପଂଟ, ପବି ଓ ଦେବ । ସେହିପରି ଜୟ ଜବାନ କ୍ଳବର ସଭପତୀ ପିଂଟୁ, ରୋଶନ, ବୈଜୁ, ଚନ୍ଦନ, ପ୍ରେମାନନ୍ଦ, କୁନା, ରଜତ, ଯୁଗଳ, ବୃନ୍ଦାବନ ଓ ମଳୟ ପ୍ରମୁଖ ସ୍ୱେଛାସେବୀ ସହଯୋଗ କରିଥିଲେ । ଶେଷରେ ଏହି ମହତ ଉଦେଶ୍ୟ ନେଇ ମେଲଛାମୁଣ୍ଡା ଗ୍ରାମକୁ ସ୍ୱେଚ୍ଛାସେବୀ ଗଣ ମନୋନୀତ କରିଥିବାରୁ ଗ୍ରାମର ସମାଜସେବୀ ସୁବାଷ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.