ଲକ୍ ଡ଼ାଉନ ଅବମାନନା : ୫ ମାମଲା,୧୧ଗିରଫ, ୨୩  ଗାଡ଼ି ଜବତ, ୭୧ ହଜାର ୬ଶହ  ଟଙ୍କା ଜୋରିମାନା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ୫ଟି ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ ଗିରଫ ପରେ ଜାମିନରେ ଛାଡ଼ି ଦିଆଯାଇଛି । ଏଥି ସହିତ ୧୧ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି  । ଏହି ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୨୩ଟି ଗାଡ଼ିକୁ ଜବତ କରାଯାଇ ସେମାନଙ୍କ ନିକଟରୁ ମୋଟ ୭୧ ହଜାର ୬ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।  ଏହା ବ୍ୟତୀତ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨ ଲିଟର ୪ଶହ ମିଲିଲିଟର ବିଦେଶୀ ଓ ୨ ଲିଟର  ଦେଶୀ ମଦ ଜବତ କରାଯାଇଛି । 

         ସେହିପରି ଲକ୍ ଡ଼ାଉନ ଘୋଷଣାର ପରବର୍ତ୍ତି ସମୟଠାରୁ ଜିଲ୍ଲାକୁ ସଂଯୋଗ କରୁଥିବା ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ଆନ୍ତଃରାଜ୍ୟ ସୀମା ସହ ପଡ଼ିଶୀ ବାଲେଶ୍ୱର, କେନ୍ଦୁଝର, ଆନନ୍ଦପୁର ଆଦି ଜିଲ୍ଲାଗୁଡ଼ିକର ସିଲ କରାଯାଇଥିବା ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖାଯିବା ସଙ୍ଗେ ସଙ୍ଗେ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ସମସ୍ତ ଥାନାଗୁଡ଼ିକରେ ଆଜି ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ବୋଲି  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି ।

 

Leave A Reply

Your email address will not be published.