ପାରଳା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ମାସ୍କ ବଣ୍ଟନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ,ଜୟ ଅଫ୍ ଗିଭିଙ୍ଗ ସେବା ସଂସ୍ଥା  ଓ ଅନ୍ୟ ସାଥି ମାନଙ୍କ ସହଯୋଗ ରେ ପାରଳାଖେମୁଣ୍ଡି ପୌରପାଳିକା ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଏହି କରୋନା ବିରୋଧରେ ଲଢେଇ ସମୟରେ ସଫେଇ କାର୍ଯ୍ୟରେ ନିୟଜିତ ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯିବା ସହ ୧୫୫ ଜଣଙ୍କୁ ହାତ ତିଆରି କଟନ୍ ମାସ୍କ ପ୍ରଦାନ କରିଥିଲେ । 

 ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଆମ୍ ଆଦମୀ ପାର୍ଟି, ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆପ୍ ସଦସ୍ୟ ତ୍ରିନାଥ ପ୍ରସାଦ ପଟ୍ଟନାୟକ, ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ ର ସଭାପତି ଜି.ନବୀନ କୁମାର , ଜୟ ଅଫ୍ ଗିଭିଙ୍ଗ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମାଜସେବୀ ନିହାର ପଣ୍ଡା ,  ମାଲାଶ୍ରୀନୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.