ଯେଉଁଠି ସରକାରୀ ହେଲ୍ପଲାଇନ ବି ଅପହଞ୍ଚ, ସେଠି ଦିବସ ସାଜନ୍ତି ହେଲ୍ପଲାଇନ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଏକ ପ୍ରକାର ଅଚଳ ହୋଇଯାଇଛି, ଏହି କ୍ରମରେ ଭାରତକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯିବା ପରେ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକେ ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକରେ ଫସି ରହିଛନ୍ତି | କରୋନା ସଂକ୍ରମଣ ରୋକିବା ନିମନ୍ତେ ଗମନାଗମନ ବନ୍ଦ କରିବା ନିତାନ୍ତ ଆବଶ୍ୟକ ଥିଲା ବେଳେ ବିଭିନ୍ନ ରାଜ୍ୟରେ ଫସିଥିବା ଆମ ଓଡ଼ିଆ ଭାଇଭଉଣୀ ମାନେ ଫସି ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ରାଜ୍ୟ ସରକାର ବିଭିନ୍ନ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି| ବହୁତ ଲୋକ ରାଜ୍ୟ ସରକାରଙ୍କ ଏହି ହେଲ୍ପଲାଇନର ସହାୟତା ପାଉଛନ୍ତି | ହେଲେ ଅନେକ ସମୟରେ ହେଲ୍ପ ଲାଇନର ବ୍ୟସ୍ତତା ବା ଅନ୍ୟ କାରଣରୁ ଲୋକ ଏହି ହେଲ୍ପଲାଇନର ସୁଫଳ ପାଉନାହାନ୍ତି | ଯେଉଁଠି ସରକାରୀ ହେଲ୍ପଲାଇନ ବି ଅପହଞ୍ଚ, ସେଠି ଦିବସ ସାଜନ୍ତି ହେଲ୍ପଲାଇନ | ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ସାମାଜିକ କର୍ମୀ ଦିବସ କୁମାର ସାହୁ ଏଭଳି ତିରୋଟ କାଳରେ ଲୋକଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି |  ରାଜ୍ୟ ବାହାରେ ଥିବା ଅନେକ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ଯୋଗେଇ ଦେବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ଫୋନରେ ଯୋଗାଯୋଗ କରି ଶହସ୍ରାଧିକ ଲୋକଙ୍କୁ ସହାୟତା ଯୋଗେଇଦେଇଥିବାରୁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି..

  ଏହି କ୍ରମରେ ବାଲେଶ୍ୱର ଜିଲ୍ଲାର ପ୍ରାୟ 300 ଜଣ ଶ୍ରମିକ ହାଇଦ୍ରାବାଦ ନିକଟରେ ଫସିଥିବା ସୂଚନା ମିଳିବା ପରେ ଦିବସ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କରୋନାର ଭୟବହତା ସମ୍ବନ୍ଧରେ ଆଲୋଚନା କରିବା ସହ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କୁ ସହଯୋଗ କରି ଘରକୁ ପ୍ରତ୍ୟାବର୍ତ୍ତନ ନ କରିବା ପାଇଁ ପରାମର୍ଶ ଦେଇଥିଲେ | ଏହା ପୂର୍ବରୁ ସେମାନେ ଫେସବୁକ,ହେଲ୍ପଳାଇନ ନମ୍ବର ଗୁଡିକୁ ଯୋଗାଯୋଗ କରି ସାହାଯ୍ୟ ନ ପାଇ ହତାଶ ହୋଇଥିଲେ | ଏ ସବୁ ବିଷୟ ଜାଣିବା ପରେ ଏକ ସଚେତନ ନାଗରିକ ହିସାବରେ ତାଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ|  ଉକ୍ତ ଶ୍ରମିକଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିବା ପାଇଁ ଟ୍ୱିଟର ଯୋଗେ ତେଲେଙ୍ଗାନା ସରକାର ଏବଂ ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ କୁ ଅନୁରୋଧ କରିଥିଲେ |  ଯାହାର ଫଳ ସ୍ୱରୂପ ପ୍ରଥମ ଦିନରେ ତାଙ୍କୁ ସ୍ଥାନୀୟ କର୍ପୋରେଟର ସତୀଶ ଗୋଇଡ଼ 50 କିଲୋ ଲେଖାଏଁ ଚାଉଳ ଏବଂ ଅଟା ତଥା ଡାଲି, ତେଲ ଭଳି ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇଥିଲେ | ପର ଦିନଠାରୁ ସେଠାରେ ଥିବା ପ୍ରାୟ 300 ଓଡ଼ିଆ ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗେଇଦେଉଛନ୍ତି | ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ସାହୁ ତେଲେଙ୍ଗାନା ରାଜ୍ୟ ସରକାର ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ସଭାପତି KTR ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ |  ବାଲେଶ୍ଵର ଜିଲ୍ଲାର ଶ୍ରମିକ ମାନଙ୍କୁ ସୁଦୁର ବିଜେପୁରର ଜଣେ ଯୁବକ ସାହାଯ୍ୟ ପ୍ରଦାନ କରିଥିବାରୁ ଉକ୍ତ ଶ୍ରମିକ ମାନେ ଦିବସଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ସୂଚନା ରହିଛି |   ସାମ୍ପ୍ରତିକ ପରିସ୍ଥିତିରେ ଲକଡାଉନ କଟକଣା କୁ ଅନୁପାଲନ କରି ସମାଜିକ ଗଣମାଧ୍ୟମର ପ୍ରକୃଷ୍ଟ ବ୍ୟବହାର କରି ବାହାର ରାଜ୍ୟରେ ଥିବା ଆମ ଶହସ୍ରାଧିକ ଓଡ଼ିଆ ଭାଇ ଭଉଣୀଙ୍କୁ ନିଃସ୍ୱାର୍ଥପର  ଉଦ୍ୟମ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ବରଗଡ଼ ବିଜେପୁରର ଦିବସ | 

Leave A Reply

Your email address will not be published.