ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ କଳମ୍ବ ପଞ୍ଚାୟତରେ ସରକାରୀ ଖାଉଟି ସାମଗ୍ରୀ ସହ ଓଡିଶା ସରକାର ଘୋଷଣା କରିଥିବା ୧୦୦୦ ଟଙ୍କା ବଣ୍ଟନ କରଯାଇଛି। କଳମ୍ଵ ପଞ୍ଚାୟତରେ ଖାଉଟି ସାମଗ୍ରୀର ବଣ୍ଟନ ପାଇଁ କାଦପଡା ଗ୍ରାମରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ସେଣ୍ଟର ଖୋଲା ଯାଇ ହିତାଧିକାରୀଙ୍କୁ ପିଡ଼ିଏସ ସାମଗ୍ରୀ ସହ ରାସନ କାର୍ଡ଼ ପିଛା ୧୦୦୦ ଟଙ୍କା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କୁ ଏହା ପ୍ରଦାନ ବେଳେ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ଜେନା, ପିଇଓ ବାଳକୃଷ୍ଣ ଜେନା,ଜିଆରଏସ ସୁଶାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ଶୃଙ୍ଖଳିତ ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ବାଲିପଦର ପୋଲିସ ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ କଣ୍ଟ୍ରୋଲ ସେଣ୍ଟର କୁ ଯାଇ ହିତାଧିକାରୀମାନଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post