ଆନ୍ଧ୍ରର ଅନୁପ୍ରବେଶ ପରେ ପହଞ୍ଚିଲା ପ୍ରଶାସନ
ମାଦିଆ ଖଳା ଗାଁକୁ ଯୋଗାଇଦିଆଯିବ ସବୁ ସୁବିଧାସୁଯୋଗ : ଜିଲ୍ଲାପାଳ
Gajpati/ Balakrishna Panigrahi : କେରାପୁଟ ଜିଲ୍ଲାର କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲ୍ଲା ରାୟଗଡ ବ୍ଳକ୍ର ଗଙ୍ଗାବାଡ ପଞ୍ଚାୟତରେ ଥିବା ସୀମାନ୍ତବର୍ତ୍ତୀ ଗ୍ରାମ ମାଦିଆ ଖଳା ଗ୍ରାମ ଉପରେ ଏବେ ଅନ୍ଧ୍ରପ୍ରଦେଶର ଲୋଲୁପ ନଜର । ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରି ଅନୁପ୍ରବଶ କରିଛି । ଓଡିଶା ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଏ ଅଞ୍ଚଳ ପାଇଁ ଅପହଞ୍ଚ ହୋଇପଡିଥିବା ଯୋଗୁ ଆନ୍ଧ୍ର ପ୍ରଦେଶ ନେଇଛି ତାହାର ଫାଇଦା । ରାଜ୍ୟ ସରକାର ଖାସ କରି ଲାଗାତାର ଭାବେ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଅପାରଗତା ଓ ଦାୟିତ୍ୱହୀନତା କାରଣରୁ ମାଦିଆଖଳାର ଲୋକମାନେ ବାଧ୍ୟ ହୋଇ ନେିଛନ୍ତି ଆନ୍ଧ୍ର ସରକାରଙ୍କ ଠାରୁ ପ୍ରଶାସନିକ ସୁବିଧା । କଥାରେ ଅଛି, ଘଇତାର ଅଯୋଗ୍ୟପଣେ…ମାଇପ ଶୁଅଇ ସନ୍ତରା ବଣେ । ବିକାଶର କଥା କହୁଥିବା ସରକାରଙ୍କ ବିକାଶ କେମିତି ପହଞ୍ଚି ପାରିଲାନାହିଁ ସେ ଲୋକଙ୍କ ପାଖରେ, ସେମାନେ କଣ ସରକାରଙ୍କ ସାବତ ପୁଅ !!!! ଏବେ ଯାହା ହେଉ, ଆନ୍ଧ୍ରପ୍ରଦେଶର ,ଭଳି ହୀନ ଚକ୍ରାନ୍ତ ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳ ଅନୁପମ ଶାହା ଦେଖାଇନ୍ତି ଆଗ୍ରହ, ଘଟଣାସ୍ଥଳରେ ପହଞ୍ଚି ସବୁ ପ୍ରକାର ସୁବିଧାସୁାଯୋଗରୁ ବଞ୍ଚିତ ଥିବା ଏହି ଗ୍ରାମକୁ ସବୁ ପ୍ରକାର ଯୋଜନାର ସୁଫଳ ଯେମିତି ପହଞ୍ଚିବ ସେଥିପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।
ମାଦିଆ ଖଳା ଗାଁକୁ ଯୋଗଯୋଗର କୌଈସି ସୁବିଧା ନଥିବା ବେଳେ ବିକାଶ ଯୋଜନା ଅପହଞ୍ଚ । ଏହାର ଫାଇଦା ଦେଇ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯିବା ସହ ଗ୍ରାମବାସୀଙ୍କୁ ବିଦୁତ ଆଲୋକ ପାଇଁ ସୋଲାର ଲାଇଟ୍ ବ୍ୟବସ୍ଥା, ଭୋଟର କାର୍ଡ, ରାସନ କାର୍ଡ, ଆଧାର କାର୍ଡ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ସେଠାକାର ଲୋକମାନେ ମଧ୍ୟ କହିଛନ୍ତି ଓଡିଶା ସରକାର ଆଉ ଗଜପତି ଜିଲ୍ଲା ପ୍ରଶାସନ ଆମେ କଣ ଜାଣିନୁ । ଓଡିଶା ସରକାର ଯଦି ଆମର ସୁବିଧାସୁଯୋଗ କରିଥାନ୍ତେ, ତେବେ ଆନ୍ଧ୍ର ସରକାର ଏଠାକୁ କାହିଁକି ଆସି ଏ ସବୁ କରିଥାନ୍ତେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏ ଖବର ଜାଣିବା ପରେ ଜିଲ୍ଲାପାଳ ମହୋଦୟ ବିଳମ୍ବରେ ହେଲେ ବି ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ର ପ୍ରଦେଶର ବେଆଇନ କାର୍ଯ୍ୟ ଓ ଅନୁ ପ୍ରବେଶ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସାହାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଧ୍ରୁବରାଜ ପାଣ୍ଡେ, ଡିଏଫଓ ଗୌତମ ନାୟକ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ସେଠୀ, ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ୱାଳ, ବିଡିଓ ନୃସିଂହ ଚରଣ ସେଠୀ. ଏସିଏଫଓ ପ୍ରଭାକର ନାୟକ, ନିର୍ବଚନ ଅଧିକାରୀ ଅଚ୍ୟୁତାନନ୍ଦ ଦାନି, ତହସିଲ ଦାର ଜନତା ଭୁୟାଁଙ୍କ ସମେତ ଆରଡି ଓ ବିଭାଗୀୟ ଯନ୍ତ୍ରୀମାନେ ଗସ୍ତ କରିଛନ୍ତି ମାଦିଆ ଖଳା !
ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆନ୍ଧ୍ର ଓ ଓଡିଶା ପକ୍ଷରୁ କି ସୁବିଧା ପାଇଛନ୍ତ ପଚାରି ବୁଝିଥିଲେ । ବର୍ତ୍ତମାନ ସେମାନଙ୍କ କଣ କଣ ଆବଶ୍ୟକ ସେ ସମ୍ପର୍କରେ ପଚାରି ବୁଝିଥିଲେ । ରାସ୍ତା ସେମାନଙ୍କ ପାଇଁ ବଡ ସମସ୍ୟା । ଗାଁଟିରେ ୧୧ଗୋଟି ପରିବାରର ୫୦ଜଣ ରହୁଛନ୍ତି । ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପାନୀୟଜଳ, ଆଲୋକ, ଭତ୍ତା, ରାସନ, ଭୋଟର କାର୍ଡ ଓ ଆଧାର କାର୍ଡ ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ଏ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ନିଦେ୍ର୍ଧଶ ଦେଇଥିଲେ । ମାଦିଆଖଳା ଠାରୁ ଆଖଡା ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତ ନିର୍ମାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସାହାଙ୍କ ଉପସ୍ଥିତିରେ ଓଡିଶା ଆନ୍ଧ୍ର ସୀମା ଚିହ୍ଟ ହୋଇଥିଲା । ଡା ମନୋଜ ବେହେରା ଓ ଡାକ୍ତର ବିଜୟକୃଷ୍ଣ ଦାଶ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ଯେ, ଓଡିଶା ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ମାଦିଆଖଳା ଗାଁରେ ଭୋଟର କାର୍ଡ, ଆଧାର କାଡଁ, ଅଙ୍ଗନବାଡି କେନ୍ଦ୍ର ଆଦି ଯୋଗାଇ ଦିଆଯାଇଛି ।ଏଡା ବ୍ୟତୀତ ଆଉ ସେମାନଙ୍କ କଣ ଦରକାର ତାହା ପଚରାଯାାଇଛି । ମାଦିଆଖଳାର ଲୋକମାନଙ୍କ କହିବା ଅନୁସାରେ ବିଭିନ୍ନ ମୌଳିକ ଅଧିକାର ନିଶ୍ଚିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି |
ଆନ୍ଧ୍ରର ଅନୁପ୍ରବେଶ ପରେ ପହଞ୍ଚିଲା ପ୍ରଶାସନ