କେମିତି ପୂରଣ ହୋଇ ଚାଲିଛି ବିଜୁ ବାବୁଙ୍କ ସ୍ବପ୍ନ 

0

14--Dilip-Ray.jpg - 36.26 kB

ତାଙ୍କ ଦ୍ୱାରା ପ୍ରତିଷ୍ଠା ୧୪୭ ପଞ୍ଚାୟତ ଶିଳ୍ପରୁ ୧୩୭ ବନ୍ଦ

ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି ୨୦ କୋଟି ୮୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହିତ ଆଞ୍ଚଳିକ ଶିଳ୍ପର ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁ ଚାଲୁଥିବା ବେଳେ ୧୩୭ଟି ବନ୍ଦ ହୋଇଯାଇଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

୧୯୬୦ ଦଶକରେ ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା  ପରିକଳ୍ପନା କରାଯାଇଥିଲା । ତଦନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୪୭ଟି ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା  କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୦ଟି ·ଲୁଛି । ଅବଶିଷ୍ଟ ୧୩୭ଟିରୁ ୪ଟି ପଞ୍ଚାୟତ ଶିଳ୍ପର ସମ୍ପୂର୍ଣ୍ଣ ସମାପନ ହୋଇଯାଇଥିବା ବେଳେ ଆଉ ୧୩୩ଟି ଅଚଳ ବା ବନ୍ଦ ଅବସ୍ଥାରେ ରହିଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ଅନୁଗୁଳର ହାଟତୋଟା, ବାଲେଶ୍ୱରର ନୀଳଗିରି ଓ ରେମୁଣା, ଖୋର୍ଦ୍ଧାର ଯାଅାଁଳା ଓ ଜଟଣି, ଯାଜପୁରର ଛତିଆ ଓ ଯାଜପୁର, ଗଞ୍ଜାମର ଛତ୍ରପୁର ଏବଂ ଝାରସୁଗୁଡ଼ା ଓ ନବରଙ୍ଗପୁର ଠାରେ ୧୦ଟି ପଞ୍ଚାୟତ ଶିଳ୍ପ ·ଲୁ ରହିଛି । 

ରାଜ୍ୟର ସମସ୍ତ ପଞ୍ଚାୟତ ଅଞ୍ଚଳରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା  ଲାଗି ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ·ହୁଁଥିବା ବେଳେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୭-୧୮ ବର୍ଷରେ ୩୪୩ଟି କୃଷିଭିତ୍ତିକ ଶିଳ୍ପ ଲାଗି ୯,୬୨୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି ଏବଂ ଏଥିରୁ ଆପିକଲ୍ ମାଧ୍ୟମରେ ୨୯୦୪ ଲକ୍ଷ ଟଙ୍କାର ରିହାତି ଦିଆଯାଇଛି । ୨୦୧୮-୧୯ ବର୍ଷରେ ଓଡ଼ିଶାରେ ୭୫୦ଟି କୃଷିଭିତ୍ତିକ ଶିଳ୍ପ ଓ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା  ପାଇଁ ୧୩,୧୨୫ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି । 

ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ଦୂରଦର୍ଶୀ ବିଜୁ ବାବୁ ଗ୍ରାମାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା  ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ଯୋଜନା ମୁତାବକ ସମଗ୍ର ରାଜ୍ୟରେ ସହସ୍ରାଧିକ ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା  ହେବାକୁ ଥିବା ବେଳେ ମାତ୍ର ୧୪୭ଟି ସ୍ଥାପିତ ହୋଇଥିଲା । ପଞ୍ଚାୟତ ଶିଳ୍ପ ସଂଖ୍ୟା ବୃଦ୍ଧି କରିବା ପରିବର୍ତ୍ତେ ଏଗୁଡ଼ିକରୁ ୧୩୭ଟିକୁ ବନ୍ଦ କରାଯିବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟର ଅର୍ଥନୀତି କୃଷିଭିତ୍ତିକ ହୋଇଥିବା ଏବଂ ଏକ ଚତୁର୍ଥାଂଶ ଲୋକ ଅନୁସୂଚିତ ଜନଜାତି ବର୍ଗର ଥିବା ପରିପ୍ରେକ୍ଷୀରେ କୃଷି ଓ ଜଙ୍ଗଲ ସମ୍ପଦର ସଦ୍ବିନିଯୋଗ କରି ପ୍ରତି ପଞ୍ଚାୟତରେ ଯେପରି ପଞ୍ଚାୟତ ଶିଳ୍ପମାନ ଗଢ଼ି ଉଠେ ସେ ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି । 

 ଶ୍ରୀ ରାୟଙ୍କ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ସମୁଦାୟ ୨୦ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇଛି । ବିଧାୟକ ଦିଲିପ ରାୟ ବିଧାନସଭାରେ ପ·ରିଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ । 

ଓଡ଼ିଶା ସରକାର କେବେଠାରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଓ ତଦନୁଯାୟୀ ରାଜ୍ୟ ଭିତରେ, ବାହାରେ ଓ ବିଦେଶରେ କେଉଁ କେଉଁ ସ୍ଥାନରେ କେବେ ମେକ୍ ଇନ୍ ଓଡ଼ିଶା ସମ୍ମେଳନ ହୋଇଛି, ଏଥିଲାଗି କେତେ ଅର୍ଥ ବ୍ୟୟ ହୋଇଛି ଓ କେଉଁ କେଉଁ ସଂସ୍ଥା ଓଡ଼ିଶାରେ କେଉଁ ସବୁ ପ୍ରକଳ୍ପ ଲାଗି କେତେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏଥିରେ କେତେ ଶିଳ୍ପ ପ୍ରତିଷ୍ଠା ହୋଇଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ । 

ଶିଳ୍ପମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୬ରୁ ମେକ୍ ଇନ୍ ଓଡ଼ିଶା ସମ୍ମେଳନ ଜରିଆରେ ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟ ବାହାରେ ଓ ବିଦେଶରେ ଏପର୍ଯ୍ୟନ୍ତ ଏହି ସମ୍ମେଳନ ହୋଇନାହିଁ । ତେବେ ୨୦୧୬ ଡିସେମ୍ବର ମସିହାରେ ଆରମ୍ଭ କରାଯାଇଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ସମୁଦାୟ ୨୦ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି । 

ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ୮୪ଟି ଶିଳ୍ପ ସଂସ୍ଥା ୨,୦୩,୨୩୫ କୋଟି ଟଙ୍କା ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ତେବେ ଏହି ଶିଳ୍ପ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇନାହିଁ । ଉପରୋକ୍ତ ୮୪ଟି ପ୍ରସ୍ତାବ ମଧ୍ୟରୁ ଗତ ଜାନୁଆରୀ ସୁଦ୍ଧା ୭୯,୩୬୯ କୋଟି ଟଙ୍କା ପୁଞ୍ଜ ନିବେଶରେ ୫୫ଟି ଶିଳ୍ପ ପ୍ରତିଷ୍ଠା  ଲାଗି ପ୍ରସ୍ତାବ ଆସିଥିଲା ।

ଶିଳ୍ପମନ୍ତ୍ରୀ ପୁଣି କହିଛନ୍ତି ଯେ ଏହି ୫୫ଟି ପ୍ରସ୍ତାବ ମଧ୍ୟରୁ ୨୬,୫୧୭୮ କୋଟି ଟଙ୍କା ପୁଞ୍ଜି ନିବେଶରେ ୩୫ଟି ଶିଳ୍ପ ପ୍ରତିଷ୍ଠା  କରିବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ ମିଳିଛି । ୧୦୦୬ କୋଟି ଟଙ୍କା ବ୍ୟୟରେ ୫ଟି ସ୍ୱାସ୍ଥ୍ୟସେବା କ୍ଷେତ୍ରୀୟ ପ୍ରକଳ୍ପ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ଏହାଛଡ଼ା ୩୭,୬୭୮ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଯେଉଁ ତିନୋଟି ପ୍ରକଳ୍ପ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ତାହାକୁ ତ୍ୱରାନ୍ୱିତ କରାଯାଉଛି । ଆଉ ୧୪,୧୦୧ କୋଟି ଟଙ୍କାର ୮ଟି ପ୍ରକଳ୍ପ ସଂକ୍ରାନ୍ତୀୟ ପ୍ରସ୍ତାବ ବିଭିନ୍ନ ସ୍ତରରେ ବିଚାରାଧିନ ରହିଛି । 

 ୨୦୧୬ର ମେକ୍ ଇନ୍ ଓଡ଼ିଶା ସମ୍ମେଳନ ପରେ ରାଜ୍ୟ ସରକାର  ୨୦୧୮ର ସମ୍ମେଳନ କରିବାକୁ ଯାଉଥିବା ବେଳେ ପୂର୍ବ ପୁଞ୍ଜିନିବେଶ ପ୍ରସ୍ତାବରୁ ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା  କରାଯାଇନଥିବାରୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କ୍ଷୋଭ ପ୍ରକାଶ କରିବା ସହିତ ସୀମିତ ସମୟ ମଧ୍ୟରେ ଯେପରି ପୁଞ୍ଜିନିବେଶକାରୀମାନେ ସେମାନେ ଆଗ୍ରହ ପ୍ରକାଶ କରିଥିବା ଶିଳ୍ପ ପ୍ରତିଷ୍ଠା  କରି ଓଡ଼ିଆ ଲୋକଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଅନ୍ତି ସେ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ । 

Leave A Reply

Your email address will not be published.