ପରବାସୀ ସମ୍ମାନ ୨୦୨୬ ଘୋଷିତ: ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’

45

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରତିବର୍ଷ ପରବାସୀ କୁଟୁମ୍ ପକ୍ଷରୁ ନୂଆଁଖାଇ ଭେଟ୍‌ ଅବସରରେ ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ମାନିତ କରାଯାଇଆସୁଛି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷର ‘ପରବାସୀ ସମ୍ମାନ-୨୦୨୬’ ଘୋଷଣା କରାଯାଇଛି। ବିଭିନ୍ନ ମହଲରୁ ମିଳିଥିବା ନାମ ଓ ପ୍ରସ୍ତାବକୁ ବିଚାରକ ମଣ୍ଡଳୀ ତର୍ଜମା କରି ଚାରିଟି ବର୍ଗରେ ସମ୍ମାନ ପାଇଁ ପ୍ରତିଭା ଚୟନ କରିଛନ୍ତି I ଘୋଷଣା ଅନୁଯାୟୀ, ପରବାସୀ ଆଜୀବନ ସାହିତ୍ୟ ସମ୍ମାନ ପାଇଁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଅନିଲ କୁମାର ଦାଶଙ୍କୁ ଚୟନ କରାଯାଇଛି।
ସେହିପରି ପରବାସୀ ସଂସ୍କୃତି ସମ୍ମାନ ପାଇଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ରେଶ୍ମାରାଣୀ ଦାସଙ୍କୁ, ପରବାସୀ ଯୁବ ସାହିତ୍ୟ ସମ୍ମାନ ପାଇଁ ବରଗଡ଼ ଜିଲ୍ଲାର ସନ୍ଧିବାହାଲର ପବିତ୍ର ସାହୁଙ୍କୁ ଓ ବୃନ୍ଦାବନ ସାହୁ ସ୍ମୃତି ସମ୍ମାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କୁହିବାହାଲର ମଣ୍ଟୁ ପଧାନଙ୍କୁ ମନୋନୀତ କରାଯାଇଛି। ଆସନ୍ତା ୧୬ ସେପ୍ଟେମ୍ବର ୨୦୨୬ରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବରମୁଣ୍ଡା ଗ୍ରାମରେ ପରବାସୀ କୁଟୁମ୍ ଓ ନୂଆଁଖାଇ ଭେଟ୍‌ଘାଟ୍‌ର ମିଳିତ ଉଦ୍ୟୋଗରେ ଆୟୋଜିତ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ।

Leave A Reply

Your email address will not be published.