ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ଶିକ୍ଷା ଓ ଜ୍ଞାନ ମାଧ୍ୟମରେ ଉପଭୋକ୍ତା ସଂପ୍ରଦାୟକୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍ 

43

• ଡିଜିଟାଲ ସାକ୍ଷରତା ମାଧ୍ୟମରେ ୫,୦୦୦ ହିତାଧିକାରୀ ଉପକୃତ
• ସରକାରୀ ଯୋଜନା, ସାଇବର ସୁରକ୍ଷା, ଡିଜିଟାଲ ପେମେଣ୍ଟ ଓ ସୌର ଶକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି

ବ୍ରହ୍ମପୁର, ସେପ୍ଟେମ୍ୱର: ଦକ୍ଷିଣ ଓଡ଼ିଶାରେ ଡିଜିଟାଲ ସାକ୍ଷରତାକୁ ବଢ଼ାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଡିଜିଟାଲ ସଶକ୍ତିକରଣ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ଯୋଜନା ଅଧିନରେ ଟିପିଏସ୍ଓଡିଏଲ୍ କାର୍ଯ୍ୟକ୍ଷେତ୍ର ଅଧିନରେ ଆସୁଥିବା ୮ ଜିଲ୍ଲାର ୪୦ଟି ଗ୍ରାମପଞ୍ଚାୟତ ଅଧିନରେ ୮୦ ହଜାର ପରିବାରଙ୍କ ନିକଟରେ ପହଞ୍ଚିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଘରକୁ ଘର ଯାଇ ସଚେତନତା ସୃଷ୍ଟି, ଗ୍ରାମସ୍ତରୀୟ ବୈଠକ ଏବଂ ସଚେତନତା ଶିବିର ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଡିଜିଟାଲ ସେବା ଓ ପ୍ରଯୁକ୍ତି ସହିତ ଲୋକଙ୍କୁ ଅଧିକ ପରିଚିତ ଏବଂ ସହଜ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ଏହି ପଦକ୍ଷେପରେ ବିଶେଷ ଭାବେ ଯୁବକଯୁବତୀ, କୃଷକ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରାଯାଉଛି । ହିତାଧିକାରୀମାନଙ୍କୁ ଅନଲାଇନ୍ ସେବା, ଡିଜିଟାଲ ପ୍ଲାଟଫର୍ମ ଏବଂ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ସୁବିଧା ନେବା ପାଇଁ ସଶକ୍ତ କରାଯାଉଛି। ଏଥିସହିତ ପିଏମ୍-କିଷାନ୍, ସିଏମ୍-କିଷାନ୍, ପିଏମ୍-ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ପିଏମଜେଜେବିଓ୍ୱାଇ ଓ ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ଯୋଜନାକୁ ପ୍ରାଧ୍ୟାନ୍ୟ ଦିଆଯାଉଛି।

ଏହି ପଦକ୍ଷେପରେ ଚାରିଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି—ଡିଜିଟାଲ ସାକ୍ଷରତା ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା, ସାଇବର ସୁରକ୍ଷା ଓ ଆର୍ଥିକ ସାକ୍ଷରତା, ସୌର ଶକ୍ତି ସମ୍ପର୍କରେ ସଚେତନତା ଏବଂ ଇ-ବିଲିଂ ଓ ଡିଜିଟାଲ ପେମେଣ୍ଟ ସମ୍ପର୍କରେ ସଚେତନତା । ଆଲୋଚନା ଓ ବାର୍ତ୍ତାଳପ ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କୁ ସୁରକ୍ଷିତ ଭାବେ ଇଣ୍ଟରନେଟ୍ ବ୍ୟବହାର, ଠକେଇରୁ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଆର୍ଥିକ ପରିଚାଳନା ସମ୍ପର୍କରେ ସଚେତନ କରାଯାଉଛି। ଏଥିସହିତ ଅକ୍ଷୟ ଶକ୍ତି, ଡିଜିଟାଲ କାରବାର, ଅନଲାଇନ୍ ବିଦ୍ୟୁତ ବିଲ୍ ପେମେଣ୍ଟ ଏବଂ ଡିଜିଟାଲ ଆଲର୍ଟ, ନୋଟିଫିକେସନ୍ ଓ ପପ୍-ଅପ୍‌ର ସଠିକ୍ ବ୍ୟବହାର ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି।

ଏହି କାର୍ଯ୍ୟକ୍ରମ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୫,୦୦୦ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି ।  ଜିଲ୍ଲାୱାରୀ ଭାବେ ଗଞ୍ଜାମରେ ୧,୨୩୦, ଗଜପତିରେ ୫୫୫, କନ୍ଧମାଳରେ ୫୧୨, ବୌଦ୍ଧରେ ୪୮୭, କୋରାପୁଟରେ ୭୯୫, ମାଲକାନଗିରିରେ ୫୨୧, ରାୟଗଡ଼ାରେ ୩୬୬ ଏବଂ ନବରଙ୍ଗପୁରରେ ୪୫୧ ଜଣ ହିତାଧିକାରୀ ଏହାର ସୁବିଧା ପାଇଛନ୍ତି। ଏହି ପ୍ରୟାସ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଡିଜିଟାଲ ସଚେତନତା ବଢ଼ାଇବା ସହିତ ସରକାରୀ କଲ୍ୟାଣମୂଳକ ଯୋଜନା ଓ ଅନଲାଇନ୍ ସେବାର ଉତ୍ତମ ବ୍ୟବହାର ପାଇଁ ସମୁଦାୟକୁ ସକ୍ଷମ କରୁଛି। ଏଥିସହିତ ସାଇବର ସୁରକ୍ଷା ଅଭ୍ୟାସକୁ ସୁଦୃଢ଼ କରିବା ସହିତ ସ୍ୱଚ୍ଛ ଶକ୍ତି, ଇ-ବିଲିଂ ଏବଂ ଡିଜିଟାଲ ପେମେଣ୍ଟ ଗ୍ରହଣକୁ ମଧ୍ୟ ଉତ୍ସାହିତ କରାଯାଉଛି।

ନବରଙ୍ଗପୁର ଜିଲ୍ଲାର ପୂଜାରୀପୁଟର ବାସିନ୍ଦା ଝୁନୁ ମହାରଣା ତାଙ୍କ ଅନୁଭୂତି ବାଣ୍ଟି କହିଛନ୍ତି, “ ଟିପିଏସ୍ଓଡିଏଲର ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଇ-ବିଲିଂ ଏବଂ ଏହାର ଲାଭ ସମ୍ପର୍କରେ ଜାଣିପାରିଛି। ଏବେ ମୁଁ ଜଣେ ଇ-କଞ୍ଜମର୍ ହୋଇଛି ଏବଂ ମୋର ବିଦ୍ୟୁତ ବିଲ୍ ଡିଜିଟାଲ ମାଧ୍ୟମରେ ପାଉଛି । ଏହା ମୋର ମାସିକ ବିଦ୍ୟୁତ ବିଲ୍‌ରେ ୧୦ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରୁଛି ଏବଂ ବିଲ୍ ପରିଚାଳନାକୁ ମଧ୍ୟ ଅଧିକ ସୁବିଧାଜନକ କରିଛି । ଏହି କାର୍ଯ୍ୟକ୍ରମ ମୋ ପାଇଁ ବହୁତ ଉପଯୋଗୀ ହୋଇଛି।”

ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ମହିଳା ସାକ୍ଷରତା କେନ୍ଦ୍ର ଆରମ୍ଭ କରାଯାଇଛି । ବିଶେଷ କରି ୧୫ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ର ହଳଦିଆପଦର, ଗୋଶାଣୀ ନୂଆଗାଁର ରାଜୁ ଧୋବା ସାହି ଏବଂ ବିଜିପୁରର ଧେମରାସାହିରେ ତିନୋଟି କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ସର୍ବନିମ୍ନ ୪୦ ଜଣ ଅଂଶଗ୍ରହଣକାରୀ ପଞ୍ଜୀକୃତ ହୋଇଛନ୍ତି। ମହିଳାମାନଙ୍କ ସାକ୍ଷରତା ସ୍ତର ବୃଦ୍ଧି, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ସମୁଦାୟରେ ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ମହିଳା ସାକ୍ଷରତା କେନ୍ଦ୍ରରେ ଏକ ସୁସଂଗଠିତ ଶ୍ରେଣୀଗୃହ ଭିତ୍ତିକ ଶିକ୍ଷା ପରିବେଶ ଯୋଗାଇ ଦିଆଯାଉଛି । ଏଠାରେ ମହିଳାମାନେ ଆବଶ୍ୟକୀୟ ପଢ଼ିବା, ଲେଖିବା ଏବଂ ପ୍ରାଥମିକ ଗଣିତ ଦକ୍ଷତା ବିକଶିତ କରିପାରୁଛନ୍ତି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆଜିର ଦିନରେ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ । ଏହା ସୂଚନା ପାଇବା, ସୁଯୋଗକୁ ବୁଝିବା ଏବଂ ସଚେତନ ନିଷ୍ପତ୍ତି ନେବାର ଆତ୍ମବିଶ୍ୱାସ ସହିତ ଜଡ଼ିତ । ଆମର ଡିଜିଟାଲ ସାକ୍ଷରତା ଓ ମହିଳା ସାକ୍ଷରତା ପଦକ୍ଷେପ ମାଧ୍ୟମରେ ଆମେ ଉପଭୋକ୍ତା ସଂପ୍ରଦାୟକୁ ବ୍ୟାବହାରିକ ଦକ୍ଷତା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛୁ, ଯାହା ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ସହିତ ଏକ ଅଧିକ ସଶକ୍ତ ଓ ସମାବେଶୀ ସମାଜ ଗଠନ କରିପାରିବ ।”

Leave A Reply

Your email address will not be published.