ଲକ ଡାଉନର ପ୍ରଭାବ : ରେଢାଖୋଲ ଶୂନଶାନ୍ ।

0 2

ରେଢ଼ାଖୋଲ/ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରାଜ୍ୟ ସରକାର ୫ଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରିବା ପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ପ୍ରଶାସନ ପକ୍ଷରୁ ଅାଜି ବ୍ୟାପକ ପଦକ୍ଷେପ ନିଆଯାଇଛି। ବସ ଚଳାଚଳକୁ ବନ୍ଦ କରାଯିବାପରେ ଦୋକାନ ବଜାର ବନ୍ଦ କରାଯାଇଛି। ସେହିପରି ଯେଉଁ ରାସନ ଦୋକାନ କିମ୍ବା ଫଳ ଦୋକାନରେ ଭିଡ଼ ହେଉଛି, ସେଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ କୁହାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀ ମାନଙ୍କୁ ଭିଡ଼ କମାଇବା କୁହାଯାଇଛି ବୋଲି  ରେଢାଖୋଲ ଉପଜିଲ୍ଲା ପାଳ ଡୋଳାମଣୀ ପଟେଲ କହିଛନ୍ତି । ବଜାରରେ ଅତ୍ୟଧିକ ଭିଡ଼ କମାଇବା ପାଇଁ ପରିବା ବଜାରକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ପଥଚାରୀଙ୍କୁ ଅନାବଶ୍ୟକଥିଲେ ଘରୁ ନ ବାହାରିବା ପାଇଁ ପୁଲିସ ବୁଝାସୁଝା କରିବା ସହ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.