ଆଉ ୯ ଟି ଜିଲ୍ଲାରେ ଲକ ଡାଉନ କାଲି ସକାଳୁ ଆରମ୍ଭ 

0 2

ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ

 ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ ପାଇଁ ହେଲ୍ପ ଲାଇନ ନ ୧୫୫୩୩୫

ରାଜ୍ୟରେ ବସ ଓ ରେଳ ସେବା ପୁରା ବନ୍ଦ, ବ୍ଲକ ହେଲା ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ 

ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ  ରାଜ୍ୟ ସରକାର ପୂର୍ବରୁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରିଥିବା ବେଳେ ନୂତନ ୯ଟି ଜିଲ୍ଲା ମଧ୍ୟରେ ପୁରୀ. ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡାରେ ଲକ ଡାଉନ ଘୋଷଣା କରିଛନ୍ତି | ପୁରୀ , ନୟାଗଡ, ଜଗତସିଂହପୁର. ଯାଜପୁର , ଭଦ୍ରକ , ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡାର ସମଗ୍ର ଅଂଚଳକୁ ଏହି ଲକ ଡାଉନରେ ସାମିଲ କରାଯାଇଛି | .

ଏହି ଲକ ଡାଉନ ବ୍ୟବସ୍ଥା ଅନ୍ତର୍ଗତ ରାଜ୍ୟ ସରକାର ୧୪ ଟି ଜିଲ୍ଲାର ୩କୋଟି ଲୋକଙ୍କୁ ଲକଡାଉନ ଭିତରେ ସାମିଲ କରିଛନ୍ତି |  ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ କଟକଣା ତାଲିକାରେ ଏବେ ସ୍ଥାନିତ କରାଯାଇଛି | ସମଗ୍ର ରାଜ୍ୟରେ ସବୁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ବ୍ଲକ କରାଯାଇଛି | ରାଜ୍ୟ ଭିତରେ ବସ ଓ ରେଲ ସେବାକୁ ବାତିଲ କରାଯାଇଛି |  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଘରେ ରହିବ ସହ କରୋନା ଭୁତାଣୁକୁ କୋଶ ଦୂରରେ ରଖିବା ପାଇଁ ନିବେଦନ କରିଛନ୍ତି |   ନୂତନ ଭାବେ ଲକଡାଉନରେ ସାମିଲ ହୋଇଥିବା ୯ ଜିଲ୍ଲାରେ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟା ଠାରୁ ଜାରି ହେବ କଟକଣା।

କରୋନା ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ଏପରି କଠୋର ନିଷ୍ପତ୍ତି ଗ୍ରହଣ କରିବା ସହ ଏହାକୁ କଡା କଡୀ ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ଲକ୍‌-ଡାଉନ୍‌ ସମୟରେ ପୂର୍ବ ସୂଚନା ଅନୁସାରେ ଜରୁରୀ ସେବା ଅବ୍ୟାହତ ରହିବ । ହସ୍‌ପିଟାଲ, ଖାଦ୍ୟ ସାମଗ୍ରୀ ଦେକାନ ଓ ଔଷଧ ଦୋକାନ ଖୋଲା ରହିବ। 

ପୂର୍ବରୁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନ ଗତ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (ନିଅର୍‌ ଟୋଟାଲ୍‌) ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। 

ଅନ୍ୟପକ୍ଷରେ  ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। ଖାଉଟି ବେପାରୀ ଓ ମାଲବାହୀ ପରିବହନ ସଂଘର ସଦସ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ ପାଇଁ ୧୫୫୩୩୫ ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |           

Leave A Reply

Your email address will not be published.