ଘୁମୁସରର ସ୍ୱର ପକ୍ଷରୁ ପୂର୍ଣ୍ଣିମା ଆସର ଓ ପ୍ରତିଭା ସମ୍ମାନ

0

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବାଲିପଦରସ୍ଥିତ “ଘୁମୁସରର ସ୍ୱର” ପକ୍ଷରୁ ଝୋଲାରୀ ଗ୍ରାମରେ ପୂର୍ଣ୍ଣିମା ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। ଏଥିରେ କବି ଅନନ୍ତ କର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଗୌରୀପତି ଦାଶ,ନେତାଜୀ ବିଷୋୟୀ, ଦ୍ବିତୀକୃଷ୍ଣ ଚୌଧୁରୀ, ଖଲି ପରିଡା, ରାଜେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। “ଘୁମୁସରର ସ୍ୱର” ସାହିତ୍ୟ ସଙ୍ଗଠନର ସଭାପତି  ତଥା ବାଲିପଦର ଜୁନିୟର କଲେଜ ଅଧ୍ୟକ୍ଷ ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ରକ୍ତଦାନ କରିବା ପାଇଁ ସଚେତନ କରୁଥିବା ସମାଜସେବୀ  ତଥା SAADAର ସଭାପତି ସୂର୍ଯ୍ୟନାରାୟଣ ପରିଡାଙ୍କୁ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀକାନ୍ତ ସାହୁ ସମ୍ମାନିତ କରିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳା ରୋଜାଲୀନ ଦେବୀ,ପ୍ରଭାସିନୀ ସେଠୀ, ପ୍ରଜ୍ଞା ଆଚାରୀ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।ସଂଗଠନର ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।

 

Leave A Reply

Your email address will not be published.