ଟ୍ରାକ୍ଟର ଦୁର୍ଘଟଣାରେ ୪ଶ୍ରମିକ ଗୁରୁତର : ୩ଜଣଙ୍କ ଗୋଡ ଭାଙ୍ଗିଲା, ଜଣକ ହାତ କଟାହେଲା 

0

 ଧର୍ମଗଡ଼/ସୁଶାନ୍ତ ରାଉତ : ଟ୍ରାକ୍ଟର ଦୁର୍ଘଟଣାରେ ଅଟୋରେ ବସିଥିବା ୪ମହିଳା ଶ୍ରମିକଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡ଼ା ଠାରେ। ଧର୍ମଗଡ଼ ରୁ କାମସାରି ଅଟୋ ରେ ମହିଳା ଶ୍ରମିକ ମାନେ ଯାଉଥିବାବେଳେ ଅପର ପଟୁ ଟ୍ରାକ୍ଟର ସହ ଦୁର୍ଘଟଣା ଘଟିଛି।ଫଳରେ ଅଟୋର ବସିଥିବା ୪ ଜଣ ମହିଳା ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତନ୍ମଧ୍ୟରୁ ଜଣଙ୍କୁ ହାତ କଟାଯାଇଥିବା ବେଳେ ତିନି ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ମୂମୂର୍ଶୁ ଅବସ୍ଥାରେ ଧର୍ମଗଡ଼ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାକୁ ଡାକ୍ତର ରେଫର କରାଯାଇଥିବା ଜଣାଯାଇଛି।ଗୁରୁତର ଶ୍ରମିକ ମାନେ ସେମଲା ଗ୍ରାମର ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର OD ୦୮A୩୯୧୮  ଧର୍ମଗଡ଼ ର ଜେନିକ୍ କ୍ରସର୍ ମାଲିକ ରାଜା ପଣ୍ଡାଙ୍କ ବୋଲି ଜଣାଯାଏ ଧର୍ମଗଡ଼ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.