ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର :ମୋଟ ୧୫୬ ଟି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ

0

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ୩ ପ୍ରଥମ  ସୋମବାର ଜିଲ୍ଲା ସଦର ମହକୁମା ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ ପି. ପରମାରଙ୍କ ମିଳିତ ତତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ୍ କେନ୍ଦ୍ରଠାରେ ଅନୁଷ୍ଠିତ  ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜନସାଧାରଣଙ୍କ ଠାରୁ ଗୃହୀତ ହୋଇଥିବା ମୋଟ ୧୫୬ଟି ବିଭିନ୍ନ ଆପତ୍ତି ଅଭିଯୋଗ ସମସ୍ୟା ସଂପର୍କିତ ଶୁଣାଣୀ ହୋଇଥିଲା । ଏଥିରେ ୧୨୮ଟି ଅଭିଯୋଗ ପତ୍ର ବ୍ୟକ୍ତିଗତ ଓ ୨୮ଟି ଆପତ୍ତି ଅଭିଯୋଗ ପତ୍ର ଗ୍ରାମବାସୀଙ୍କ ସାମୁହିକ ବିଭିନ୍ନ ସମସ୍ୟା ଉପରେ  ଜିଲ୍ଲାପାଳ ଶୁଣାଣି କରିଥିଲେ । ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହୟତା ପାଇଁ ଆସିଥିବା ଆବେଦନ ପତ୍ର ଉପରେ ଜିଲ୍ଲାପାଳ ପରିସ୍ଥିତିକୁ ବିଚାର କରି  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହାୟତାରୁ  ୪ ଜଣ ହିତାଧିକାରୀଙ୍କୁ ୨୦ ହଜାର ଏବଂ ଜିଲ୍ଲା ରେର୍ଡକ୍ରସ ପାଣ୍ଠି ସହାୟତାରୁ ଜଣେ ହିତାଧିକାରୀଙ୍କୁ ୩ ହଜାର ଆର୍ଥିକ ସହାୟତା ମଞ୍ଜୁର କରିଥିଲେ । ଶିବିରରେ ୧୫ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ବିଷୟ ପ୍ରସଙ୍ଗ ସମସ୍ୟା ଉପରେ ଶୁଣାଣି କରାଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ନିର୍ଦ୍ଦେଶ  ଦେଇଥିଲେ ।  ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ବାରିପଦା ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ ତଥା ବାରିପଦା ଭାରପ୍ରାପ୍ତ ଉପଜିଲ୍ଲାପାଳ ବିଜନ କୁମାର ଥମ୍ବ ପ୍ରମୁଖ ସମେତ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ପଦାଧିକାରୀ, ବାରିପଦା ଉପଖଣ୍ଡର ସମସ୍ତ ତହସିଲଦାର, ବି.ଡି.ଓ. ଏବଂ ସଂପୃକ୍ତ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ତଥା ପିଜି ସେଲ୍ ନୋଡାଲ୍ ଅଧିକାରୀ,(ଡେପୁଟି କଲେକ୍ଟର) ସୁଜୟ କୁମାର ପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ଏବଂ ପିଜିସେଲ୍ / ଜିଲ୍ଲା ଜରୁରୀ ବିଭାଗ ସଂପୃକ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

 

Leave A Reply

Your email address will not be published.