ପଦ୍ମପୁର ଉପଖଣ୍ଡ  କେନ୍ଦୁପତ୍ର ତୋଲାଲି ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ 

0

ପଦ୍ମପୁର (ଶାସକ ପ୍ରଶାସକ) : ଓଡ଼ିଆ ସରକାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଦରମା ପର୍ଯ୍ୟାୟକ୍ରମେ ବର୍ଦ୍ଧିତ କରୁଥିଲେ ମଧ୍ୟ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଦରମା ବର୍ଦ୍ଧିତ କରିନାହାନ୍ତି । ସରକାରଙ୍କ ଚୁକ୍ତି ଅନୁସାରେ ୪୦ ପ୍ରତିଶତ ଚପରାଶି ମାନଙ୍କ,୪୫ ପ୍ରତିଶତ ମୁନସି ମାନଙ୍କ ଓ ୫୫ ପ୍ରତିଶତ ଚେକର ତଥା ହେଡ଼ଚେକର ମାନଙ୍କ ଦରମା ବଢ଼ିବା ପରିବର୍ତ୍ତେ  ସରକାର ହେଡ଼ଚେକର ମାନଙ୍କ ଦରମା ୮୪୩ ଟଙ୍କା ଓ ସର୍କଲ ଚେକର ମାନଙ୍କ  ୭୪୩ ଟଙ୍କା ଦରମା କାଟି ଦେଇଛନ୍ତି । ଏହାର ପ୍ରତିବାଦରେ ଆଜି ସମସ୍ତ ଡିଭିଜନ ଅଫିସ ସମ୍ମୁଖରେ ତିନି ଘଣ୍ଟା ଧାରଣା ଦିଆଯାଇଛି । ଏହି କ୍ରମରେ ପଦ୍ମପୁର କେନ୍ଦୁପତ୍ର ସିଜିନାଲ କର୍ମଚାରୀ,ତୋଳାଳୀ,ଗୋଛାକଟାଳୀ ଓ ବନ୍ଧେଇ ଶ୍ରମିକ ଏହାର ପ୍ରତିବାଦରେ ନାଯ୍ୟ ଦାବୀ ନେଇ ଡି.ଏଫ୍.ଓ ଅଫିସ ଘେରାଓ

ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ତୋଳାଳୀ ସଂଘ ତରଫରୁ ଆଜି ପଦ୍ମପୁର ଡି.ଏଫ୍.ଓ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଏହି ଘେରାଓରେ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ତୋଳାଳୀ, ଗୋଛାକଟାଳୀ ଓ ବନ୍ଧେଇଶ୍ରମିକ ମାନେ ଯୋଗ ଦେଇ ସରକାରଙ୍କ ବିରୋଧରେରେ ପଦ୍ମପୁର ଡି.ଏଫ୍.ଓ ଙ୍କ ଜରିଆରେ ଏକ ଦାବୀପତ୍ର ଦେବା ସହ ଦରମା ବୁଦ୍ଧି, ବକ୍ରେୟା ଷ୍ଟାଇପେଣ୍ଡ  ଟଙ୍କା  ଏବଂ ଫଡିଘର,ରେଞ୍ଜ  ଅଫିସ ଉଛେଦ ବନ୍ଦ କରିବା ନେଇ ଏକ ଦାବୀ ପତ୍ର ଦେଇଥିଲେ । ଏହି ଆନ୍ଦୋଲନ ତିନି ଘଣ୍ଟାଧରି କରାଯାଇ ଥିଲା  ।  ଆସନ୍ତା କାଲି ଠାରୁ ସମସ୍ତ ରେଞ ଅଫିସ ମାନଙ୍କରେ ଧାରଣା ଦିଆଯିବ ଓ ଯଦି ଦାବୀ ଗୁଡିକ ପୂରଣ ନହେଲେ ୧୧ ତାରିଖ ଦିନ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓଲ୍ଲାହିବ ବୋଲି କେନ୍ଦୁପତ୍ର ସଂଘ  ଚେତାବନୀ ଦେଇଛନ୍ତି । ଏହି ଗଣଧାରଣାରେ ପଦ୍ମପୁର ଉପଖଣ୍ଡ  କେନ୍ଦୁପତ୍ର ତୋଲାଲି ସଙ୍ଘର ସମ୍ପାଦକ ପ୍ରଦୀପ ପୁରୋହିତ, ରାଜ୍ୟ ସମ୍ପାଦକ କୋକିଳ ସାହୁ ତଥା ବିଭିନ୍ନ ରେଂଜର କର୍ମଚାରୀ ସଙ୍ଘର ସଭାପତି ରାଜେନ୍ଦ୍ର ପ୍ରସାଦ ଯୋଶୀ,ସୁରେଶ ପଣ୍ଡା, ୠଷଭ ପ୍ରଧାନ, ବସନ୍ତ ସାହୁ, ପ୍ରଫୁଲ୍ଲ କୁମ୍ଭାର,କେଶବ ପଟେଲ,ହରିହର ଶାହା,ନାରାୟଣ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.