ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆଜି ଠାରୁ ସକାଳୁଆ ସମ୍ବଲପୁରୀ ସମ୍ବାଦ ଖବର ପ୍ରସାରଣ ଆରମ୍ଭ ହୋଇଛି l ସମ୍ବଲପୁର ଆରଏନୟୁ ମୁଖ୍ୟ ସତ୍ୟ ନାରାୟଣ ପଟନାୟକ ସଂଯୋଜନାରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ରମେଶ ଚନ୍ଦ୍ର ଭୋଇ, ପ୍ରଫୁଲ୍ଲ କୁମାର ମାଝୀ, ଏମଆରକେ ରାଓ, ସନ୍ତୋଷ ପିଙ୍ଗଙ୍କ ଉପସ୍ଥିତିରେ ପାଠକ ଅତିଶ କୁମାର ଶତପଥିଙ୍କ ଦ୍ଵାରା ପ୍ରଥମ ଖବର ପ୍ରସାରଣ ଆରମ୍ଭ ହୋଇଥିଲା l ଏହି ଅବସରରେ ବସନ୍ତ ମହାନ୍ତି, ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର, ପ୍ରିୟ ରଞ୍ଜନ ବାବୁ, ବିଭୁତି ଭୂଷଣ ବିଶ୍ୱାଳ ତଥା ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ l ଏହି ୫ ମିନିଟିକିଆ ଖବର ପ୍ରସାରଣ ପ୍ରତ୍ୟେହ ସକାଳ 6 ଟl 47 ମିନିଟ ରୁ 6 ଟl 52 ମିନିଟ ପର୍ଯ୍ୟନ୍ତ ପ୍ରସାରଣ ହେବ l
Sign in
Sign in
Recover your password.
A password will be e-mailed to you.