ବାରିପଦା (Dillip Mohanty) : ବଡ଼ସାହି ହିଙ୍ଗୁଳା ମେଳାରେ ନିଶାସକ୍ତ ଅବସ୍ଥାରେ ଡିଉଟିରେ ରହି ଭକ୍ତଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବାରିପଦା ରିଜର୍ଭରେ କାର୍ଯ୍ୟରତ ତଥା ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଗଗନ ବିହାରୀ ନାଏକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୭/୧୪.୦୨.୨୦୨୦ ଅନୁସାରେ ବଡ଼ସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା କାର୍ଯ୍ୟରୁ ନିଲମ୍ବନ କରାଯିବା ସଂଗେ ସଂଗେ ବଡ଼ସାହି ଥାନାରେ କେଶ ନମ୍ବର୨୧/୨୦୨୦ ଆଇପିସି ଧାରା ୩୪୧, ୨୯୪, 363, ୫୧୦, ୫୨୬, ୨୯୮, ୩୨୩, ୧୮୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଗଗନ ବିହାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.